ନୂଆଦିଲ୍ଲୀ: ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିୟର ମିଲିଙ୍କ ମୁଖପାତ୍ର କହିଛନ୍ତି ଯେ ଜାତିସଂଘ ଏଜେନ୍ସି ସହ ଗମ୍ଭୀର ମତଭେଦ କାରଣରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ରୁ ଓହରିଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଷ୍ଟ୍ରପତି ମିଲିଙ୍କ ଏହି ନିଷ୍ପତ୍ତି ତାଙ୍କ ସହଯୋଗୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସମାନ, ଯିଏ କି ଏକ କାର୍ଯ୍ୟନିର୍ବାହୀ ଆଦେଶ ସହିତ ତାଙ୍କ କାର୍ଯ୍ୟକାଳର ପ୍ରଥମ ଦିନରେ ଡବ୍ଲୁଏଚଓରୁ ଆମେରିକାକୁ ପ୍ରତ୍ୟାହାର କରିବା ପ୍ରକ୍ରିୟା ଆରମ୍ଭ କରିଥିଲେ।
ମୁଖପାତ୍ର ମାନୁଏଲ ଆଡର୍ଣ୍ଣି ବୁଏନସ୍ ଆୟର୍ସରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଆର୍ଜେଣ୍ଟିନାର ଏହି ନିଷ୍ପତ୍ତି ସ୍ୱାସ୍ଥ୍ୟ ପରିଚାଳନାରେ ଗଭୀର ପାର୍ଥକ୍ୟ ଉପରେ ଆଧାରିତ, ବିଶେଷକରି (କୋଭିଡ୍ -୧୯) ମହାମାରୀ ସମୟରେ। ସେତେବେଳେ ଡବ୍ଲୁଏଚ୍ଓର ଗାଇଡଲାଇନ ଯୋଗୁଁ ମାନବ ଇତିହାସରେ ସବୁଠାରୁ ବଡ ସଟଡାଉନ ହୋଇଥିଲା। ଆର୍ଜେଣ୍ଟିନା କୌଣସି ଅନ୍ତର୍ଜାତୀୟ ସଂଗଠନକୁ ନିଜର ସାର୍ବଭୌମତ୍ୱରେ ହସ୍ତକ୍ଷେପ କରିବାକୁ ଦେବ ନାହିଁ ଏବଂ ନିଶ୍ଚିତ ଭାବରେ ଆମ ସ୍ୱାସ୍ଥ୍ୟରେ ନୁହେଁ।
ସେ କହିଛନ୍ତି, ଦେଶଗୁଡ଼ିକୁ ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟ ପଦକ୍ଷେପ ନେବାକୁ ବାଧ୍ୟ କରିବା ପାଇଁ ଡବ୍ଲ୍ୟୁଏଚ୍ଓର କୌଣସି ଅଧିକାର ନାହିଁ ଏବଂ କୋଭିଡ୍ -୧୯ ପରି ସ୍ୱାସ୍ଥ୍ୟ ସଙ୍କଟ ସହିତ ଜଡିତ ସଂଗଠନର ମାର୍ଗଦର୍ଶିକା ଏବଂ ସୁପାରିସକୁ ପ୍ରାୟତଃ ଅଣଦେଖା କରାଯାଏ। ସେପଟେ ଆର୍ଜେଣ୍ଟିନାର ଘୋଷଣା ଉପରେ ବିଚାର କରାଯାଉଛି ବୋଲି ଡବ୍ଲୁଏଚଓ କହିଛି।
ଅଧିକ ପଢ଼ନ୍ତୁ: କାଶ୍ମୀର ସମେତ ସବୁ ପ୍ରସଙ୍ଗରେ ଭାରତ ସହ ଆଲୋଚନା ଚାହୁଁଛି ପାକିସ୍ତାନ