ତାଲିବାନର ବୁର୍ଖା ଆଦେଶକୁ ବିରୋଧ କରି ଆଫଗାନ ମହିଳା ପିନ୍ଧିଲେ ପାରମ୍ପରିକ ପୋଷାକ, ଆରମ୍ଭ କଲେ ଅନଲାଇନ୍ ଅଭିଯାନ
Khabar Odisha:Afghan-Women-Wear-Traditional-Dress-Launch-Online-Campaign-Against-Taliban-Burkha-Order
କାବୁଲ, ସେପ୍ଟେମ୍ବର ୧୩(ଖବର ଓଡିଶା):

ଆଫଗାନିସ୍ତାନରେ ତାଲିବାନ ଫେରିବା ପରଠାରୁ ମହିଳାଙ୍କ ପାଇଁ ଅତ୍ୟନ୍ତ ବିପଦ ହୋଇପଡିଛି । ମହିଳା ଏବଂ ଯୁବତୀମାନେ ବିଶେଷ ଭାବେ ତାଲିବାନ ଅଧୀନରେ ପ୍ରତିକ୍ରିୟାଶୀଳ ରହୁଛନ୍ତି । ନୂତନ ଶାସନ ଅଧୀନରେ ମହିଳାମାନଙ୍କୁ ସର୍ବସାଧାରଣରେ ବୁର୍ଖା ପିନ୍ଧିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି ।

ମାତ୍ର ଏହାକୁ ବିରୋଧ କରି ଅନେକ ଆଫଗାନିସ୍ତାନ ମହିଳା ପାରମ୍ପରିକ ପୋଷାକରେ ନିଜର ଫଟୋ ପୋଷ୍ଟ କରି ଏକ ଅନଲାଇନ୍ ଅଭିଯାନ ଆରମ୍ଭ କରିଛନ୍ତି । ଆଫଗାନିସ୍ତାନ ସଂସ୍କୃତି ବ୍ୟବହାର କରି ପାରମ୍ପରିକ ପୋଷାକର ଫଟୋଗ୍ରାଫ୍ ସେୟାର କରିଛନ୍ତି । ଯେଉଁଥିରେ ସେମାନଙ୍କ ସେମାନଙ୍କର ସଂସ୍କୃତିର ସମୃଦ୍ଧତାକୁ ଦର୍ଶାଇଛନ୍ତି । 

ଜଣେ ବ୍ୟବହାରକାରୀ ମହିଳା ଲେଖିଛନ୍ତି ଯେ, ଆଜି ଟ୍ୱିଟରେ ସବୁଠାରୁ ଭଲ କଥା ହେଉଛି ଆଫଗାନିସ୍ତାନ ମହିଳାମାନେ ପୋଷାକ ଉପରେ ତାଲିବାନ ବିରୋଧ କରୁଛନ୍ତି ଏବଂ ପାରମ୍ପରିକ ପୋଷାକର ଫଟୋ ପୋଷ୍ଟ କରି ଆଫଗାନିସ୍ତାନ ମହିଳାଙ୍କ କଳା ରଙ୍ଗର ପୋଷାକକୁ ଚ୍ୟାଲେଞ୍ଜ କରୁଛନ୍ତି ।

  • Tags:

Subscribe

National International State Sports Entertainment