ଖବର ଓଡିଶା : 05/03/2023
ମଝି ଆକାଶରେ ବିମାନ ମଧ୍ୟରେ ସମସ୍ତଙ୍କ ସାମ୍ନାରେ ଜଣେ ଯାତ୍ରୀଙ୍କ ଉପରେ ପରିଶ୍ରା କରିଛନ୍ତି ଆଉ ଜଣେ ଯାତ୍ରୀ। ଏଥର ଘଟଣା ଘଟିଛି ଆମେରିକାନ୍ ଏୟାରଲାଇନ୍ସର ଏକ ବିମାନରେ। ଦିଲ୍ଲୀର ‘ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦର’ରୁ ସୂଚନା ସଂଗ୍ରହ କରି ‘ପିଟିଆଇ’ କହିଛି ଯେ, ବିମାନ ଅବତରଣ କରିବା ପରେ ଅଭିଯୁକ୍ତଙ୍କୁ ହାଜତକୁ ନିଆଯାଇଛି। ସୂଚନା ମୁତାବକ, ଶୁକ୍ରବାର ରାତି ୯.୧୬ରେ ନ୍ୟୁୟର୍କରୁ ଉଡ଼ାଣ ଆରମ୍ଭ କରିଥିବା ‘ଆମେରିକାନ୍ ଏୟାର୍ଲାଇନ୍ସ୍’ର ଏଏ୨୯୨ ବିମାନ ୧୪ ଘଣ୍ଟା ୨୬ ମିନିଟ୍ ପରେ ଅର୍ଥାତ୍ ଶନିବାର ରାତି ୧୦.୧୨ରେ ଦିଲ୍ଲୀର ‘ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦର’ରେ ଅବତରଣ କରିଥିଲା। ଅଭିଯୁକ୍ତ ହେଉଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ଏକ ବିଶ୍ବବିଦ୍ୟାଳୟର ଛାତ୍ର ଏବଂ ନିଶାସକ୍ତ ଅବସ୍ଥାରେ ଶୋଇଥିବା ବେସଳେ ସେ ପରିସ୍ରା କରିପକାଇଥିଲେ। ତାଙ୍କ ପରିସ୍ରା ଗଡ଼ି ଆସି ଜଣେ ସହଯାତ୍ରୀଙ୍କ ଉପରେ ପଡ଼ିବାରୁ ସେ କ୍ରୁ’ଙ୍କ ନିକଟରେ ଅଭିଯୋଗ କରିଥିଲେ। ଦିଲ୍ଲୀ ପୋଲିସ୍ ସୂଚନା ଅନୁସାରେ, ଆମରିକୀୟ ଏୟାରଲାଇନ୍ସର ଏହି ବିମାନ ଶୁକ୍ରବାର ରାତି ୯ଟା ୧୬ରେ ଉଡ଼ାଣ ଭରି ଥିଲା। ୧୪ ଘଣ୍ଟା ୨୬ ମିନିଟ୍ ପରେ ଶନିବାର ସକାଳ ୧୦ଟା ୧୨ ମିନିଟ୍ରେ ଦିଲ୍ଲୀ ଏୟାରପୋର୍ଟରେ ବିମାନ ଲ୍ୟାଣ୍ଡିଂ କରିଥିଲା। ଆର୍ଯ୍ୟ ଭୋହରା ଆମେରିକାର ଏକ ୟୁନିଭର୍ସିଟିର ଛାତ୍ର ଓ ନିଶାସକ୍ତ ଅବସ୍ଥାରେ ଶୋଇ ଥିବାବେଳେ ସେ ସହଯାତ୍ରୀଙ୍କ ଉପରେ ପରିସ୍ରା କରି ଦେଇଥିଲେ। ସେ ଆମେରିକାରେ ପାଠପଢ଼ୁ ଥିବାବେଳେ ଦିଲ୍ଲୀର ଡିଫେନ୍ସ କଲୋନୀରେ ତାଙ୍କ ଘର। ବିମାନ ଭିତରେ ତାଙ୍କର ଏଭଳି ବ୍ୟବହାର ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଉକ୍ତ ଆମରିକୀୟ ଏୟାରଲାଇନ୍ ପକ୍ଷରୁ ତାଙ୍କୁ ବ୍ୟାନ୍ କରାଯାଇଛି। ତେବେ ନଭେମ୍ବର ୨୬ ତାରିଖରେ ଏୟାର ଇଣ୍ଡିଆର ନ୍ୟୁୟର୍କ-ଦିଲ୍ଲୀ ବିମାନରେ ସମାନ ଘଟଣା ଘଟିଥିଲା। ବିମାନରେ ଜଣେ ବୃଦ୍ଧଙ୍କ ଉପରେ ଶଙ୍କର ମିଶ୍ରା ନାମକ ଜଣେ ଯାତ୍ରୀ ପରିଶ୍ରା କରିଦେଇଥିଲେ। ମାସେ ଜେଲ୍ ପରେ ସେ ଜାମିନରେ ମୁକୁଳିଥିଲେ। ଆଗାମୀ ୪ ମାସ ଯାଏଁ ତାଙ୍କ ବିମାନ ଯାତ୍ରା ଉପରେ କଟକଣା ଲଗାଯାଇଛି। ସେପଟେ ଏୟାର ଇଣ୍ଡିଆ ଉପରେ ୩୦ଲକ୍ଷର ଜୋରିମାନା କରାଯାଇଥିଲା।