ନୂଆଦିଲ୍ଲୀ: ଟାରିଫ୍ କୁ ନେଇ ଭାରତ ଏବଂ ଆମେରିକା ସମ୍ପର୍କରେ ତିକ୍ତତା ଆସିଥିବାବେଳେ ଏବେ ସେହି ନିଆଁରେ ପୁଣି ଥରେ ଘିଅ ଢାଳିଛନ୍ତି ରାଷ୍ଟ୍ରପତି ଡୋନଲ୍ଡ ଟ୍ରମ୍ପ । ଚର୍ଚ୍ଚାକୁ ଆସିଛି ହ୍ୱାଇଟ୍ ହାଉସରେ ଟ୍ରମ୍ପ ଆୟୋଜନ କରିଥିବା ନୈଶ୍ୟ ଭୋଜନ । ଯେଉଁଥିରେ ପ୍ରତିଷ୍ଠିତ ୫ ଜଣ ଭାରତୀୟ ସାମିଲ ହୋଇଛନ୍ତି ।
ଟ୍ରମ୍ପଙ୍କ ନୈଶ୍ୟ ଭୋଜିରେ ଯୋଗ ଦେଇଥିବା ୫ ଭାରତୀୟ ହେଲେ ମାଇକ୍ରୋସପ୍ଟ ସିଇଓ ସତ୍ୟମ୍ ନଡେଲା, ଗୁଗୁଲ ସିଇଓ ସୁନ୍ଦର ପିଚାଇ, ମାଇକ୍ରନ୍ ଟେକ୍ନୋଲୋଜି ଇଙ୍କର ସିଇଓ ସଞ୍ଜୟ ମଲହୋତ୍ରା, ୟୁନିକ୍ସ କନସଲ୍ଟିଂ କମ୍ପାନୀର ପ୍ରତିଷ୍ଠାତା ବିବେକ ରଣଦୀବେ ଏବଂ ସିଟିଓ ଅଧିକାରୀ ଶ୍ୟାମ ଶଙ୍କର ଯୋଗ ଦେଇଥିଲେ ।