ଦିଲ୍ଲୀ,ନଭେମ୍ବର 28 (ଖବର ଓଡ଼ିଶା):
ବିଶ୍ୱର ଅନେକ ଇସଲାମିକ୍ ଦେଶ ଗୁଡ଼ିକ ଦୁଷ୍କର୍ମକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିବା ବେଳେ ଏବେ ପାକିସ୍ତାନର ନଜର ଏବେ ଦୁଷ୍କର୍ମକାରୀଙ୍କ ଉପରେ ପଡ଼ିଛି । ଦୁଷ୍କର୍ମକାରୀଙ୍କୁ ରାସାୟନିକ ଉପାୟରେ ନପୁଂସକ କରିବାର ଦଣ୍ଡବିଧି ଲାଗୁ କରି ଦିଆଯାଇଛି । ଏହି ଅପରାଧ ଅନୁସାରେ କେବଳ ନପୁଂସକ କରି ଦିଆଯିବନି , ଏହାସହ ଫାଶୀ ଦଣ୍ଡର ବ୍ୟବସ୍ଥା ମଧ୍ୟ କରାଯାଇଛି ।
ହେଲେ ଫାଶୀ ଦଣ୍ଡ ସାର୍ବଜନିକ ସ୍ତରରେ ଦିଆଯିବ ନାହିଁ । କୋର୍ଟ ହିଁ ଏହି ଦଣ୍ଡ ଉପରେ ମୋହର ଲଗାଇ ପାରିବେ । କୋର୍ଟ ଏହା ବି ସ୍ଥିର କରିବେ ଦୋଷୀକୁ କିଛି ସମୟ ପାଇଁ ନା ସାରା ଜୀବନ ନପୁଂସକ କରି ଦିଆଯିବ । ଆଇନ୍ରେ ଏହି ବ୍ୟବସ୍ଥା ମଧ୍ୟ ରହିଛି କି ଯଦି ଦୁଷ୍କର୍ମର ଦୋଷୀ ନିଜର ସହମତି ନଦିଏ ତ ତାକୁ ଫାଶୀ ଦଣ୍ଡ ବା ୨୫ ବର୍ଷର ଜେଲ ଦଣ୍ଡ ଦିଆଯାଇପାରେ । ଏହା ମଧ୍ୟ କୋର୍ଟ ସ୍ଥିର କରିବେ
ଏହି ଆଇନ୍କୁ ନେଇ ଆଇନ୍ ମନ୍ତ୍ରୀ ଫାରୁଘ୍ ନସୀମ କହିଛନ୍ତି – ଅନ୍ତରାଷ୍ଟ୍ରୀୟ ଆଇନ୍କୁ ନଜରରେ ରଖି ନପୁଂସକ କରିବା ପୂର୍ବରୁ ଦୋଷୀର ସହମତି ନେବା ଜରୁରୀ । ଅନ୍ୟଥା ନପୁଂସକ କରିବାର ନିଷ୍ପତ୍ତିକୁ ଦୁଷ୍କର୍ମକାରୀ ତରଫରୁ କୋର୍ଟରେ ଚେତାବନୀ ଦିଆଯାଇପାରେ ।