ଡ୍ରାଏ ଫ୍ରୁଟ୍ସ ମଧ୍ୟରେ ସବୁଠାରୁ ଅଧିକ ଆଲମଣ୍ଡ ବା ବାଦାମ ଖାଇବାକୁ ପସନ୍ଦ କରିଥାଆନ୍ତି । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍-ଋ, ପ୍ରୋଟିନ, ଫାଇବର ଆଦି ରହିଛି । ଏହାକୁ ପ୍ରତ୍ୟେକ ଦିନ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିବା ସହିତ ଉଚ୍ଚ ରକ୍ତ ଚାପ କମାଇଥାଏ, ଚର୍ମକୁ ସୁସ୍ଥ ରଖିଥାଏ ଏବଂ ବାଳ ଝଡ଼ିବା ମଧ୍ୟ କମ ହୋଇଥାଏ ।
ଅଧିକାଂଶ ଲୋକ ବାଦାମକୁ ସାରା ରାତି ଭିଜାଇ ସକାଳେ ସେବନ କରିଥାନ୍ତି । କେହି କେହି ଏହାର ଚୋପାକୁ ଛଡ଼ାଇ ଖାଇଥାନ୍ତି ତ ଆଉ କେହି ଚୋପା ସହିତ ଖାଇ ଥାଆନ୍ତି । ତେବେ ୯୯ ପ୍ରତିଶତ ଲୋକ ବାଦାମକୁ ଭୁଲ ଉପାୟରେ ଖାଇଥାଆନ୍ତି । ସଠିକ ଭାବରେ କେମିତି ବାଦାମ ଖାଆନ୍ତି ତାହା ସେମାନଙ୍କୁ ଜଣା ନାହିଁ । କେତେକ ମତ ରଖନ୍ତି ବାଦାମ ଚୋପା ଅଧିକ ଗରମ , ସେଥିପାଇଁ ଏହାକୁ ପାଣିରେ ଭିଜାଇବା ସହ ଚୋପା ଛଡ଼ାଇ ଖାଇବା ଠିକ୍ ।
ତେବେ ବାଦାମରେ ୨୧ ପ୍ରତିଶତ ପ୍ରୋଟିନ ରହିଥାଏ । ଯଦି ଆପଣ ୧୦୦ ଗ୍ରାମର ଆଲମଣ୍ଡ ଖାଉଛନ୍ତି ୨୧ ଗ୍ରାମ ପ୍ରୋଟିନ ସେଥିରୁ ମିଳିବ । ୟୁଏସଡିଏ ମୁତାବକ, ଏଥିରୁ ସବୁ ପ୍ରକାର ଭିଟାମିନ୍ ଶରୀରକୁ ଯାଇଥାଏ । ମାତ୍ର ଏହାକୁ ଭିଜାଇ ଖାଇଲେ ଶରୀର ପାଇଁ ବେଶୀ ଲାଭ ଦାୟକ । ଭିଜାଇ ଖାଇବା ଦ୍ୱାରା ଏହା ସହଜରେ ହଜମ ହୋଇଯାଇଥାଏ । ଚୋପାର ଫାଟିକ୍ ଏସିଡ୍ ରହିଛି , ଯାହା କିଛି ଭିଟାମିନ୍ସ ଓ ମିନେରାଲକୁ ମିଶିବାକୁ ଦିଏ ନାହିଁ । ଭିଜାଇ ଖାଇବା ଦ୍ୱାରା ଫାଟିକ୍ ଏସିଡ୍ କମ ହୋଇଯାଇଥାଏ । ଏହା ଆପଣ ଚୋପାକୁ ମଧ୍ୟ ଖାଇପାରିବେ । କାରଣ ଚୋପାରେ ମଧ୍ୟ ଅନେକ ପୋଷଣ ରହିଛି ।
ତେବେ ବାଦାମ ଚୋପା ମଧ୍ୟ ବହୁତ ଲୋକଙ୍କର ଆଲର୍ଜି କରିଥାଏ । ଚୋପା ସହିତ ଖାଇଲେ ପେଟ ଖରାପ ହେବା ସହିତ ବଦ ହଜମୀ ସମସ୍ୟା ମଧ୍ୟ ଦେଖା ଦେଇଥାଏ । ତେଣୁ ସେମାନେ ଚୋପା ଛଡ଼ାଇ ଖାଇବାଟା ହିଁ ଠିକ୍ । କିନ୍ତୁ ଯେଉଁମାନଙ୍କର ଚୋପା ଦ୍ୱାରା କୌଣସି ସମସ୍ୟା ହୋଇ ନଥାଏ ସେମାନେ ଖାଇବା ଉଚିତ । କାରଣ ଏଥିରେ ରୋଗ ପ୍ରତିରୋଧକ ଶକ୍ତି, ପ୍ରୋବାୟୋଟିକ୍, ଭିଟାମିନ୍-ଇ ପ୍ରଚୁର ପରିମାଣରେ ଥାଏ । ତେଣୁ ଭିଜା ହୋଇଥିବା ବାଦାମକୁ ଚୋପା ସହିତ ଖାଇବା ଅଧିକ ଲାଭଦାୟକ ବୋଲି କେତେକ ମତ ରଖନ୍ତି ।