ରାଜ୍ୟରେ ଏବେ ଆକ୍ଟିଭ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି :ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର
Khabar Odisha:mock-drill-for-covid-all-over-odisha
ଖବର ଓଡିଶା : 10/04/2023:

ଡରେଇଲାଣି କରୋନାର ସବ୍ ଭାରିଆଣ୍ଟ ଏକ୍ସବିବି୧.୧୬ । କରୋନା ମହାମାରୀ ଏବେ ଉପରମୁହାଁ ଥିବା ବେଳେ ମାସେ ଭିତରେ ପିକ୍‌ ଆସିପାରେ ବୋଲି ସତର୍କ କଲେଣି ବିଶେଷଜ୍ଞ । ତେଣୁ ମୁକାବିଲା ପାଇଁ କେନ୍ଦ୍ର ଆଡଭାଇଜରି ଅନୁସାରେ ରାଜ୍ୟରେ ମଧ୍ୟ ପ୍ରସ୍ତୁତି ଆରମ୍ଭ ହେଲାଣି ।

କୋଭିଡର ମୁକାବିଲା ପାଇଁ କ୍ୟାପିଟାଲ ହସ୍ପିଟାଲଠୁ ଆରମ୍ଭ କରି ଏସସିବି ପର୍ଯ୍ୟନ୍ତ ସମସ୍ତେ ପ୍ରସ୍ତୁତ ହେଲେଣି । କୋଭିଡ୍ ପ୍ରସ୍ତୁତିର ସମୀକ୍ଷା ପାଇଁ ଆଜି ବିଭିନ୍ନ ମେଡିକାଲରେ ମକଡ୍ରିଲ ହୋଇଛି । ସରକାରୀ ମେଡିକାଲ ସମେତ ଘରୋଇ ମେଡିକାଲରେ ମଧ୍ୟ ମକଡ୍ରିଲ କରାଯାଇଛି । ଆସନ୍ତା କାଲି ମଧ୍ୟ ଏହି ମକ୍‌ ଡ୍ରିଲ କରାଯିବ । ସବୁ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଏହି ମକ୍‌ ଡ୍ରିଲ୍‌ କରାଯାଉଛି ।  

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାନୁଯାୟୀ, ଆଜି ମକ ଡ୍ରିଲ୍‌ କରାଯାଉଥିବା ବେଳେ ଆସନ୍ତା କାଲି ବି ଏହା କରାଯିବ । ଏହାର ଉଦ୍ଦେଶ୍ୟ ହେଉଛି ମେଡିକାଲ ରେ କେତେ ସଂଖ୍ୟକ ବେଡ, ଆଇସିୟୁ ବେଡ, ଅକ୍ସିଜେନ ସପୋର୍ଟ ସିଷ୍ଟମ, ଉପକରଣ, ମାସ୍କ ,ଔଷଧ, ପିପିଇ କିଟ୍‌ର ମହଜୁଦ ଅଛି ତାହା ଜାଣିହେବ । ରାଜ୍ୟରେ ଏବେ ଆକ୍ଟିଭ ରୋଗୀଙ୍କ ସଂଖ୍ୟା  ୬୨୯ ରହିଛି । । ଅଧିକାଂଶ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିବା ବେଳେ ୧୨ ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବୋଲି ସେ କହିଛନ୍ତି।

Subscribe

National International State Sports Entertainment