କଟକରେ ବ୍ୟାପୁଛି ଜଣ୍ଡିସ୍, ଚିନ୍ତାରେ ପ୍ରଶାସନ
Khabar Odisha:State-Odisha-jaundice-fear-at-cuttack
କଟକ, ଜୁନ୍ ୨୭(ଖବର ଓଡିଶା):

ନିକଟରେ ନିତି ଆୟୋଗ ପକ୍ଷରୁ ପ୍ରକାଶ ପାଇତିବା ସ୍ୱାସ୍ଥ୍ୟସେବା  ଇଣ୍ଡେକ୍ସରେ ଓଡିଶା ଗତ ବର୍ଷ ଅପେକ୍ଷା ଗୋଟିଏ ସ୍ଥାନ ତଳକୁ ଖସି ୧୯ ତମ ସ୍ଥାନରେ ରହିଛି । ରାଜ୍ୟବାସୀଙ୍କ ପାଖରେ ସଠିକ ଭାବେ ସ୍ୱସ୍ଥ୍ୟସେବା ପ୍ରଦାନ କରିବାରେ ରାଜ୍ୟ ସରକାର ବିଫଳ ହେବା କଥା ପ୍ରକାଶ କରିଛି । ତେବେ ସ୍ୱାସ୍ଥ୍ୟସେବା ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଥିବା ବେଳେ କଟକରେ ଏବେ ଦେଖାଦେଇଛି ଜଣ୍ଡିସ୍ ଭୟ । କଟକର ସୂତାହାଟ ଓ ପଟାପୋଲ ଅଞ୍ଚଳରେ ଲୋକଙ୍କ ଭିତରେ ଜଣ୍ଡିସ୍ ଭୟ ଦେଖିବାକୁ ମିଳିଛି । 

ମିଳିଥିବା ସୂଚନା ଅନୁଯାୟୀ, ସୂତାହାଟର ବିଭିନ୍ନ ସାହିରେ ଶତାଧିକ ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ଆସିଛି । ପଟାପୋଲ ଅଞ୍ଚଳରେ ଜଣ୍ଡିସ୍ ଆକ୍ରାନ୍ତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଏହି ଅଭିଯୋଗ ଅଧିକ ବ୍ୟାପିଥିଲା । କିଛିଦିନ ପୂର୍ବରୁ କଟକ ଗଙ୍ଗା ମନ୍ଦିର ଅଞ୍ଚଳରେ ଜଣ୍ଡିସ୍ ବ୍ୟାପିଥିଲା । ଯାହାକୁ ନେଇ ଏବେ ପ୍ରଶାସନର ଚିନ୍ତା ବଢିଛି । 

Subscribe

National International State Sports Entertainment