ପୁଣି ସୋର ପୌରାଞ୍ଚଳ ଓ ଗ୍ରାମାଞ୍ଚଳର ବିଭିନ୍ନ ଅଂଚଳରେ ସାପର ଆତଙ୍କ ଦେଖା ଦେଇଛି। ଗତ କିଛିଦିନ ତଳେ ଏହି ପରି ସାପ ଆତଙ୍କ ଦେଖାଦେଇଥିବା ବେଳେ ଦୁଇ ଦିନରେ ଉଭୟ ପୁରୁଷ ଓ ମହିଳା ୨୫ ଜଣ ସାପ ଦଂଶନର ଶିକାର ହୋଇଛନ୍ତି | ସୋର ଡାକ୍ତରଖାନାରେ ଦେଇଥିବା ରକ୍ତ ନମୁନାରୁ ୨୦ ଜଣରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ଏହି ସାପ ଦଂଶନର ଶିକାର ହୋଇଥିବା ସୂଚନା ମିଳିଛି।
ଅଧିକ ପଢନ୍ତୁ : ଦୁଇ ଦିନିଆ ଓଡିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ
ଆଜି ସୋର ପୌରାଞ୍ଚଳ ମାଟିଆପଲା ସ୍ଥିତ ଡ଼. ଭାସ୍କର ଚନ୍ଦ୍ର ସାହୁ ବାଲେଶ୍ୱରରୁ ଫେରି ଘର ଭିତରକୁ ଯାଉଥିବା ସମୟରେ ଏକ ସାପ ତାଙ୍କୁ ଦଂଶନ କରିଥିଲା। ପରେ ସେ ସୋର ଡାକ୍ତରଖାନାକୁ ଆସି ରକ୍ତ ନମୁନା ଦେଇଥିଲେ। ଏହିପରି ଭାବରେ ସୋରର ବିଭିନ୍ନ ଅଞ୍ଚଳରେ ସାପ ଦଂଶନ କରିବାରୁ ସମସ୍ତେ ଡାକ୍ତରଖାନାକୁ ଆସି ରକ୍ତ ନମୁନା ଦେଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷାରତ ଥିଲେ। ଏହାଛଡା ସାପ ଦଂଶନରେ ଗତ ଏକ ମାସ ମଧ୍ୟରେ ତିନିଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଦଂଶନର ଶିକାର ହୋଇଥିବା ଜଣାପଡିଛି । ଯେଉଁଥିପାଇଁ ସୋର ଅଂଚଳରେ ଭୟର ବାତାବରଣ ଖେଳିଯାଇଛି। ବର୍ଷା ଯୋଗୁଁ ଚାରିଆଡ଼େ ପାଣି ଭରି ରହିଥିବାରୁ ସାପ ଆତଙ୍କ ଦେଖା ଦେଇଛି l ଏଥି ନିମନ୍ତେ ସମସ୍ତେ ସତର୍କତା ଅବଲମ୍ବନ କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।