ଆସିଲା ଋଷଭଙ୍କ ଏମଆରଆଇ ରିପୋର୍ଟ , ସେପଟେ ପୁରସ୍କୃତ ହେଲେ ଦୁର୍ଘଟଣାରୁ ବଞ୍ଚାଇଥିବା 2ଜଣ ଯୁବକ
Khabar Odisha:Rishabh-Pants-MRI-report-comes-in-2-young-men-who-saved-him-from-the-accident-are-awarded
ଖବର ଓଡିଶା : 31/12/2022

 ଭାରତୀୟ କ୍ରିକେଟ ଟିମର ଷ୍ଟାର କ୍ରିକେଟର ଋଷଭ ପନ୍ତ ଗତକାଲି ମର୍ମନ୍ତୁଦ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ।  ଗୁରୁତର ଭାବେ ତାଙ୍କୁ  ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।  ଏବେ ତାଙ୍କର ଚିକିତ୍ସା ଚାଲିଛି। ପନ୍ଥଙ୍କ ସ୍ୱାସ୍ଥ୍ୟବସ୍ତା ସ୍ଥିର ଅଛି ବୋଲି କହିଛନ୍ତି ଡାକ୍ତର। ଡେରାଡୁନ୍ ମ୍ୟାକ୍ସ ହସ୍ପିଟାଲରେ କ୍ରିକେଟର ଋଷଭ ପନ୍ତଙ୍କର ପ୍ଲାଷ୍ଟିକ୍ ସର୍ଜରୀ ହୋଇଛି । ଏହାସହ ତାଙ୍କ ମୁଣ୍ଡ ଓ ମେରୁଦଣ୍ଡର ଏମଆରଆଇ ରିପୋର୍ଟ ମଧ୍ୟ ଆସିଛି । 

ଏପଟେ କ୍ରିକେଟର ରିଷଭ ପନ୍ଥଙ୍କୁ ଦୁର୍ଘଟଣାରୁ ବଞ୍ଚାଇଥିବା ଡ୍ରାଇଭର ଏବଂ କଣ୍ଡକ୍ଟରକୁ ହରିୟାନା ରୋଡ ୱେ ତରଫରୁ ସମ୍ମାନିତ କରାଯାଇଛି । ଡ୍ରାଇଭର ସୁଶିଲ କୁମାର ଏବଂ କଣ୍ଡକ୍ଟର ପରମଜିତ ଦୁର୍ଘଟଣା ଗସ୍ତ କାରରୁ କ୍ରିକେଟରଙ୍କୁ ଉଦ୍ଧାର କରିଥିଲେ । ସେମାନେ ତାଙ୍କ ପରିଚୟ ଜାଣିନଥିବାରୁ ସେହି ସମୟରେ ପନ୍ଥ ନିଜେ ସେ ଜଣେ ଭାରତୀୟ କ୍ରିକେଟର ବୋଲି ସେମାନଙ୍କୁ କହିଥିଲେ । ଦିଲ୍ଲୀରୁ ଋଷଭ ତାଙ୍କ ଘର ରୁର୍କିକୁ କାର ଚଲାଇ ଯାଉଥିବା ବେଳେ ଗୁରୁବାର ସକାଳ ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ ।

Subscribe

National International State Sports Entertainment