ସୁସ୍ଥ ହେଉଛନ୍ତି ଋଷଭ ପନ୍ତ, ଆଇସିୟୁରୁ ପ୍ରାଇଭେଟ୍ ୱାର୍ଡକୁ ସ୍ଥାନାନ୍ତର
Khabar Odisha:Rishabh-Pant-shifted-from-ICU-to-private-suite
ଖବର ଓଡିଶା : 02/01/2022

ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଭାରତୀୟ ବ୍ୟାଟସ୍‌ମ୍ୟାନ୍ ଋଷଭ ପନ୍ତ। ରିଷଭଙ୍କୁ ଏବେ ଆଇସିୟୁରୁ ବାହାର କରାଯାଇ ୱାର୍ଡକୁ ଅଣାଯାଇଛି । ବଡ ଧରଣର ଦୁର୍ଘଟଣାର ଶିକାର ହେବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଅଛି। ଡେରାଡୁନ ମ୍ୟାକ୍ସ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। 

ଗତ ଡିସେମ୍ବର ୩୦ ତାରିଖରେ ଦିଲ୍ଲୀ-ଡେରାଡୁନ ଜାତୀୟ ରାଜପଥରେ ଭୟଙ୍କର କାର ଦୁର୍ଘଟଣାରେ ୨୫ ବର୍ଷୀୟ ଋଷଭ ପନ୍ଥ ଗୁରୁତର ଭାବେ ଆହତ ହୋଇଥିଲେ। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ଡେରାଡୁନ୍‌ର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ସେଠାରେ ସେ ଆଇସିୟୁରେ ଥିଲେ | ପୂର୍ବରୁ ତାଙ୍କର ଏମଆରଆଇ ସ୍କାନ କରାଯାଇଥିଲା, ଏଥିରେ ତାଙ୍କର ମସ୍ତିଷ୍କ ଓ ମେରୁଦଣ୍ଡ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଥିଲା । ତେବେ ରିଷଭଙ୍କ ଲିଗାମେଣ୍ଟକୁ ଆଘାତ ଲାଗିଛି । ଏହା ଠିକ୍ ହେବାକୁ ୩ରୁ ୬ ମାସ ସମୟ ଲାଗିବ ବୋଲି କୁହାଯାଉଛି । ଆଜି ରିଷଭଙ୍କୁ ଆଇସିୟୁରୁ ବାହାର କରାଯାଇ ପ୍ରାଇଭେଟ୍ ୱାର୍ଡକୁ ଅଣାଯାଇଛି । 

Subscribe

National International State Sports Entertainment