ଦିଲ୍ଲୀ ସରକାରଙ୍କୁ ହାଇକୋର୍ଟଙ୍କ ପ୍ରଶ୍ନ
Khabar Odisha:Question-of-the-High-Court-to-the-Delhi-Government

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଦିଲ୍ଲୀ । ଦିଲ୍ଲୀ ପୁରା ଦେଶ ପାଇଁ ହଟସ୍ପଟ୍ ସାଜିଥିବା ବେଳେ ଏଠାରୁ କରୋନା ସଂକ୍ରମଣ ହ୍ରାସ ଓ ଲୋକମାନଙ୍କ ଜୀବନ ବଞ୍ଚାଇବା ସବୁଠାରୁ ବଡ ଚ୍ୟାଲେଞ୍ଜି ଥିଲା । 

କରୋନା ମହାମାରୀ ଆରମ୍ଭରୁ ଏହାକୁ ପ୍ରତିରୋଧ କରିବା ପାଇଁ ଅନେକ ରାଜ୍ୟ ଯଥାସମ୍ଭବ ପ୍ରୟାସ କରୁଥିବା ବେଳେ ଦିଲ୍ଲୀ ସରକାର କାହିଁକି କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ହୋମିଓ ପ୍ୟାଥିକ୍ ମେଡିସିନ୍ ର ବ୍ୟବହାର ଓ ପରୀକ୍ଷଣ ପାଇଁ ଅନୁମତି ଦେଲେ ନାହିଁ ବୋଲି ଏବେ ପ୍ରଶ୍ନ କରିଛନ୍ତି ଦିଲ୍ଲୀ ହାଇକୋର୍ଟ ।

ହୁଏତ ହୋମିଓପ୍ୟାଥି ମେଡିସିନକୁ ବ୍ୟବହାର କରି କରୋନା ରୋଗୀଙ୍କୁ ଭଲ କରାଯାଇପାରିବ ଏବଂ ସେମାନଙ୍କ ଜୀବନ ବଞ୍ଚାଯାଇ ପାରିବ ବୋଲି ହୋମିଓପ୍ୟାଥି ମେଡିସିନ୍ ର କ୍ଲିନିକାଲ ଟ୍ରାଏଲ୍ ପାଇଁ ପୂର୍ବରୁ ଦୁଇ ଦୁଇ ଜଣ ବିଶିଷ୍ଟ ଡାକ୍ତର ଗତ ଜୁନ୍ ମାସରୁ ଦିଲ୍ଲୀ ସରକାରଙ୍କୁ ଅନୁମତି ମାଗିଥିଲେ । କିନ୍ତୁ ଦିଲ୍ଲୀ ସରକାର ଏଥି ପ୍ରତି ଦୃଷ୍ଟି ଦେଇନଥିଲେ ଯାହାକୁ ନେଇ ଏବେ କେଜ୍ରିବାଲଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ଦିଲ୍ଲୀ ହାଇକୋର୍ଟ ।

ପ୍ରକୃତରେ ହୋମିଓପ୍ୟାଥି ମେଡିସିନକୁ କରୋନା ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରାଯାଇପାରିବ କି ନାହିଁ ଏନେଇ ଥରେ ହେଲେ ସେଣ୍ଟର ଫର୍ ରିସର୍ଚ୍ଚ ଇନ୍ ହୋମିଓପ୍ୟାଥି (ସିସିଆରଏଚ୍‌)କୁ ଚିଠି ଲେଖିନାହାନ୍ତି ଦିଲ୍ଲୀ ସରକାର । ଏବଂ କାହିଁକି ଦିଲ୍ଲୀ ସରକାର କରୋନା ଚିକିତ୍ସାରେ ହୋମିଓପ୍ୟାଥିର ବ୍ୟବହାରକୁ ବିରୋଧ କରୁଛନ୍ତି ବୋଲି ଆଜି ଦିଲ୍ଲୀ ହାଇକୋର୍ଟଙ୍କ ଏକ ସ୍ୱତନ୍ତ୍ର ବେଞ୍ଚ ପ୍ରଶ୍ନ କରିଛନ୍ତି ।

ପୂର୍ବରୁ ଜଣେ କେରଳ ଓ ଜଣେ ପଶ୍ଚିମବଙ୍ଗର ଆୟୁଷ ଡାକ୍ତର ଏନେଇ ହାଇକୋର୍ଟର ଦ୍ୱାରସ୍ତ ହୋଇଥିଲେ । ଯାହାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଦିଲ୍ଲୀ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି । ଏହି ମାମଲାର ପରବର୍ତୀ ଶୁଣାଣି ଆସନ୍ତା ନଭେମ୍ବର ୧୯ରେ ହେବ ।

  • Tags:

Subscribe

National International State Sports Entertainment