ଡୋନର ଅପେକ୍ଷାରେ ପିଣ୍ଟୁ ନନ୍ଦ, ଚିକିତ୍ସା ପାଇଁ ଦିଲ୍ଲୀରୁ ହାଇଦ୍ରାବାଦ ଗଲେ ପିଣ୍ଟୁ
Khabar Odisha:Ollywood-actor-Pintu-Nanda-who-is-suffering-from-liver-related-ailments-to-be-shifted-to-Hyderabad-from-Delhi-for-treatment
ଖବର ଓଡିଶା : 25/02/2023

 ଦିଲ୍ଲୀରୁ ହାଇଦ୍ରାବାଦ ଯିବେ ଅଭିନେତା ପିଣ୍ଟୁ ନନ୍ଦ । ଅଧିକ ଚିକିତ୍ସା ଲାଗି ପିଣ୍ଟୁ ନନ୍ଦଙ୍କୁ ଦିଲ୍ଲୀରୁ ହାଇଦ୍ରାବାଦ ସ୍ଥିତ ଏକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ପିଣ୍ଟୁ ନନ୍ଦଙ୍କ ହେବ କାଡ୍‌ଭ୍ରାରିକ୍‌ ଟ୍ରିଟମେଣ୍ଟ। ଲିଭର ସିରୋସିସ ରୋଗରେ ପୀଡ଼ିତ ଥିବା ପିଣ୍ଟୁ ନନ୍ଦ ଗତ ୭ ତାରିଖରେ ନୂଆ ଦିଲ୍ଲୀସ୍ଥିତ ILBS ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମାତ୍ର ନିଜ ପରିବାର ସଦସ୍ୟଙ୍କ ବ୍ଲଡ ଗ୍ରୁପ ମ୍ୟାଚ ନ କରିବାରୁ ଆଜି ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି | ଏନେଇ ପିଣ୍ଟୁନନ୍ଦଙ୍କ ବନ୍ଧୁ ସରୋଜ ମଲ୍ଲିକ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୬ ମାସ ମଧ୍ୟରେ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରେଇବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଯଦି ଲିଭର ଟ୍ରାନ୍ସପ୍ଲାଣ୍ଟ ନହୁଏ ତା’ହେଲେ ପିଣ୍ଟୁଙ୍କ ଅବସ୍ଥା ଆହୁରି ସଙ୍କଟାପନ୍ନ ହୋଇପାରେ ବୋଲି ଜଣାପଡ଼ିଛି। ପିଣ୍ଟୁ ନନ୍ଦଙ୍କ ଅବସ୍ଥା ଏବେ ସ୍ଥିର ଥିବା ବେଳେ ଖୁବ୍‌ ଶୀଘ୍ର ଡୋନର ଯୋଗାଡ଼ ପ୍ରକ୍ରିୟା ଆରମ୍ଭ ହୋଇଛି। ଡୋନର ମିଳିଲେ ତାହା ତାଙ୍କ ଶରୀରରେ ଟ୍ରାନ୍ସପ୍ଲାଣ୍ଟ କରାଯିବାର ବ୍ୟବସ୍ଥା କରାଯିବ ବୋଲି ଓଡ଼ିଶା ସିନେ ଆର୍ଟିଷ୍ଟ ସମ୍ପାଦକ ଶ୍ରୀତମ ଦାସ କହିଛନ୍ତି । ଚିକିତ୍ସା ପାଇଁ ୫୦ ଲକ୍ଷ ଟଙ୍କାର ଆବଶ୍ୟକ ରହିଛି । ଏନେଇ ସୋସିଆଲ୍‌ ମିଡିଆରେ ତାଙ୍କର ଆଶୁ ଆରୋଗ୍ୟ ସହ ସହାୟତାର ହାତ ବଢାଇବା ପାଇଁ ନିବେଦନ କରିଥିଲେ ପରିବାର ଓ ଶୁଭେଚ୍ଛୁ ।

Subscribe

National International State Sports Entertainment