ପୁଣି ଚିହ୍ନଟ ହେଲା କରୋନାର ନୂଆ ଭ୍ୟାରିଆଣ୍ଟ C.1.2 , ଭ୍ୟାକ୍ସିନ୍‌କୁ ମାତ୍ ଦେଇ କରୁଛି ସଂକ୍ରମଣ
Khabar Odisha:New-Covid-variant-C12-may-be-more-infectious-evade-vaccine-protection

ନୂଆଦିଲ୍ଲୀ, ଅଗଷ୍ଟ ୩୧ (ଖବର ଓଡ଼ିଶା): ଦ୍ୱିତୀୟ ଲହର ଠାରୁ ଭୟଙ୍କର ହେବ କି କରୋନା ମହାମାରୀର ତୃତୀୟ ଲହର! ପୁଣି ଚିହ୍ନଟ ହେଲାଣି କରୋନାର ଆଉ ଏକ ନୂଆ ଭ୍ୟାରିଆଣ୍ଟ । ଏ ଭ୍ୟାରିଆଣ୍ଟ ଏତେ ଶକ୍ତିଶାଳୀ ଯେ କରୋନା ଟିକାକୁ ମାତ୍ ଦେଇ କରୁଛି ସଂକ୍ରମଣ ।

ଦକ୍ଷିଣ ଆଫ୍ରିକାର ଦୁଇଟି ରିସର୍ଚ୍ଚ ସେଣ୍ଟର National Institute for Communicable Diseases ‘ଏନଆଇସିଡି ଓ  KwaZulu-Natal Research Innovation and Sequencing Platform ‘କ୍ରିସ୍ପ’ ର ରିପୋର୍ଟ ଅନୂଯାଇ କରୋନା ମହାମାରୀର ଆଉ ଏକ ମ୍ୟୁଟାଣ୍ଟ ବା ‘ସି.୧.୨’ ନାମକ ନୂଆ ଭ୍ୟାରିଆଣ୍ଟ ପ୍ରଥମ ଥର ପାଇଁ ଗତ ମେ ମାସରେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା ।

ପ୍ରାଥମିକ ସ୍ତରରେ ବୈଜ୍ଞାନିକ ମାନେ କରୋନା ଭୂତାଣୁର ଏହି ନୂଆ ରୂପକୁ ଚିହ୍ନି ପାରିନଥିବା ବେଳେ ଏହା ଉପରେ ଗବେଷଣା ଆରମ୍ଭ କରିଥିଲେ । ଗବେଷଣାରୁ ଏହା କରୋନାର ଆଉ ଏକ ସିକ୍ୱେନ୍ସ ବୋଲି ସ୍ପଷ୍ଟ ହୋଇଥିଲା । ଧିରେ ଧିରେ ଏହି ନୂଆ ଭ୍ୟାରିଆଣ୍ଟ ଦକ୍ଷିଣ ଆଫ୍ରିକାର ସବୁ ପ୍ରାନ୍ତରେ ବ୍ୟାପିବା ପରେ ମାତ୍ର ଅଢେଇ ମାସ ମଧ୍ୟରେ ଏହା ବାକି ଦେଶରେ ନିଜର କାୟା ମେଲାଇବା ଆରମ୍ଭ କରିଛି ।

ବର୍ତ୍ତମାନ ସି.୧.୨ ଭ୍ୟାରିଆଣ୍ଟ ଚାଇନା, ନ୍ୟୁଜିଲାଣ୍ଡ, ସ୍ୱିଜରଲ୍ୟାଣ୍ଡ, ଇଂଲଣ୍ଡ ଭଳି ବଡ଼ ବଡ଼ ଦେଶରେ ଚିହ୍ନଟ ହୋଇ ସାରିଲାଣି । ଯାହା ଅନ୍ୟଦେଶ ପାଇଁ ମଧ୍ୟ ସଂକ୍ରମଣର ଭୟ ବଢାଇଛି ।

ଏହି ନୂଆ ଭ୍ୟାରିଆଣ୍ଟ ବିଷୟରେ ସବୁଠାରୁ ଚିନ୍ତାଜନକ ତଥ୍ୟ ହେଉଛି ଯେ ଏହା କରୋନା ଟିକାକୁ ମଧ୍ୟ ମାତ୍ ଦେବାରେ ସକ୍ଷମ । ଅର୍ଥାତ୍ ଭ୍ୟାକ୍ସିନ୍ ଚେନ୍ ବ୍ରେକ୍ କରି ସି.୧.୨ ସଂକ୍ରମଣ କରୁଛି । ଏହା ଉପରେ ଭ୍ୟାକ୍ସିନ୍ ର କୌଣସି ପ୍ରଭାବ ପଡୁନାହିଁ ।

ଅନ୍ୟପଟେ ଡେଲଟା ଭ୍ୟାରିଆଣ୍ଟ ଜରିଆରେ କରୋନା ମହାମାରୀ ପ୍ରଥମ ଲହରଠାରୁ ଭୟଙ୍କର ରୂପ ନେଇଥିଲା ଦ୍ୱିତୀୟ ଲହର । ଏବେବି ଅନେକ ଦେଶରେ ଦ୍ୱିତୀୟ ଲହର ପ୍ରଭାବ ଜାରି ରହିଛି । ଭାରତରେ ଏବେବି ଦ୍ୱିତୀୟ ଲହର ଆୟତକୁ ଆସିନାହିଁ । ଆଉ ଏବେ ସି.୧.୨ ଭ୍ୟାରିଆଣ୍ଟ ତୃତୀୟ ଲହରର କାରଣ ହେବାକୁ ଯାଉଛି । 

ତେବେ ବିଶେଷଜ୍ଞମାନଙ୍କ ଆକଳନ ଅନୂଯାଇ ଯଦି ଡେଲଟା ଭଳି କରୋନା ମହାମାରୀର ଆଉ କିଛି ନୂଆ ରୂପ ଚିହ୍ନଟ ହୁଏ ତେବେ ନିଶ୍ଚିତ ଭାବରେ ଦ୍ୱିତୀୟ ଲହର ଠାରୁ ଭୟଙ୍କର ହେବ ତୃତୀୟ ଲହର ।

ଏପଟେ ଭାରତରେ ବର୍ତ୍ତମାନ ସୁଦ୍ଧା କରୋନାର ଏହି ନୂଆ ସି.୧.୨ ଭ୍ୟାରିଆଣ୍ଟ ଚିହ୍ନଟ ହୋଇନଥିବା ବେଳେ ଅନ୍ୟ ଦେଶରୁ ଭାରତକୁ ଏହି ସଂକ୍ରମଣ ବ୍ୟାପିବାର ଭୟ ରହିଛି । ଏହି ଭ୍ୟାରିଆଣ୍ଟ ଶରୀରରେ ଆଣ୍ଟିବଡିକୁ ନଷ୍ଟ କରି ସଂକ୍ରମଣ କରୁଛି ତେଣୁ ଯଦି ଏହା ଭାରତରେ ଚିହ୍ନଟ ହୋଇଯାଏ ତେବେ ଏହା ସୁନିଶ୍ଚିତ ଯେ ଭାରତରେ ଦ୍ୱିତୀୟ ଲହର ଠାରୁ ଢେର ଅଧିକ ଭୟଙ୍କର ହେବ ତୃତୀୟ ଲହର ।

  • Tags:

Subscribe

National International State Sports Entertainment