ଭାରତରେ 63 ପ୍ରତିଶତ କର୍ମଚାରୀ ଓଭରୱେଟ-ଷ୍ଟଡି
Khabar Odisha:National-news-63-Percent-Employees-In-India-Are-Overweight-Says-Study
ନୂଆଦିଲ୍ଲୀ,ସେପ୍ଟେମ୍ବର ୧୧(ଖବର ଓଡ଼ିଶା):

ଗୋଟିଏ ପଟେ ଭାରତ ସରକାର ଫିଟ ଇଣ୍ଡିଆ ମୁଭମେଣ୍ଟ ଉପରେ ଫୋକସ କରୁଥିବା ବେଳେ ଅନ୍ୟପଟେ ଭିନ୍ନ ପ୍ରକାର ସତ ସାମ୍ନାକୁ ଆସିଛି । ନିକଟରେ ଜାରି ହୋଇଥିବା ରିପୋର୍ଟ ଅନୁସାରେ ଭାରତର କର୍ପୋରେଟ ସେକ୍ଟରରେ କାମ କରୁଥିବା 63 ପ୍ରତିଶତ କର୍ମଚାରୀ ଓଭରୱେଟ ଅଛନ୍ତି । ଅଧ୍ୟୟନକାର୍ତ୍ତାମାନେ ଭାରତର ଆଇଟି, ବ୍ୟାଙ୍କିଙ୍ଗ, ମାର୍କେଟିଂ ଆଦି ବିଭିନ୍ନ ସେକ୍ଟରର 60000 କର୍ମଚାରୀଙ୍କ ଖାଇବା ପିଇବା ଉପରେ ଷ୍ଟଡି କରିଥିଲେ ।

ଲୋକପ୍ରିୟ ହେଲଥ ଏବଂ ଫିଟନେସ ଆପ ହେଲଦିପାଇମୀ ଦ୍ୱାରା ଏହି ରିସର୍ଚ୍ଚ କରାଯାଇଥିଲା । ହେଲଦିଫାଇମୀ ଗୋଟିଏ ବର୍ଷରେ ଚେନ୍ନାଇ, ବେଙ୍ଗାଲୁରୁ, କୋଲକାତା, ଦିଲ୍ଲୀ, ହାଇଦ୍ରାବାଦ, ଗୁଜରାଟ, ମହାରାଷ୍ଟ୍ରର ଲୋକଙ୍କ ଉପରେ ଷ୍ଟଡି କରିଥିଲା । ଗୋଟିଏ ବର୍ଷର ଏହି ଷ୍ଟଡିରେ ସାମ୍ନାକୁ ଆସିଥିଲା ଯେ ଭାରତର କର୍ପୋରେଟ ସେକ୍ଟରର 63 ପ୍ରତିଶତ କର୍ମଚାରୀ ଓବରଓ୍ୱେଟ ଅଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ଏକ ସୁସ୍ଥ ବ୍ୟାକ୍ତିର ଦେହର ମାସ ଇଣ୍ଡେକ୍ସ 18.5ରୁ 24.9 ମଧ୍ୟରେ ରହିଥାଏ । ଯାହାର ଏମଏସଆଇ(Body Mass Index) 25ରୁ ଉପରେ ରହିଥାଏ, ତାଙ୍କୁ ଅଧିକ ଓଜନିଆ ଲୋକଙ୍କ ଶ୍ରେଣୀରେ ରଖାଯାଇଥାଏ ଏବଂ ଯାହାର ଶରୀର ମାସ ଇଣ୍ଡେକ୍ସ 30 ଉପରେ ରହିଥାଏ, ତାଙ୍କୁ ମୋଟା ଲୋକଙ୍କ ଶ୍ରେଣୀରେ ରଖାଯାଇଥାଏ । 

ରିସର୍ଚ୍ଚରେ ଏକ ଅଶ୍ଚର୍ଯ୍ୟ ଜନକ ତଥ୍ୟ ସାମ୍ନାକୁ ଆସିଛି ଯେ କନଜ୍ୟୁମର ଗୁଡ୍‌ସ ଇଣ୍ଡଷ୍ଟ୍ରୀରେ କାମ କରୁଥିବା ଲୋକେ ସବୁଠାରୁ ଅଧିକ କ୍ରିୟାଶୀଳ(Active), ଏବଂ ଫାଇନାନ୍ସସିଆଲ ସେକ୍ଟରରେ କାମ କରୁଥିବା ଲୋକେ ସବୁଠାରୁ କମ କ୍ରିୟାଶୀଳ । ଗୁଡ୍‌ସ ଇଣ୍ଡଷ୍ଟ୍ରୀରେ କାମ କରୁଥିବା ଲୋକେ ପ୍ରତିଦିନ ହାରାହାରି 5988 ପାଦ ଚାଲୁଥିବା ବେଳେ ପାଇନାନ୍ସସିଆଲ ସେକ୍ଟରରେ କାମ କରୁଥିବା ଲୋକେ ହାରାହାରି 4969 ପଦ ଚାଲିଥାନ୍ତି ।

ରିସର୍ଚ୍ଚରେ ଏହା ମଧ୍ୟ ସାମ୍ନାକୁ ଅସିଛି ଯେ ସପ୍ତାହର ଶେଷ ଦିନ ଗୁଡିକରେ ଭାରତର କର୍ପୋରେଟ ସେକ୍ଟରରେ କାମ କରୁଥିବା ଲୋକେ ସବୁଠାରୁ କମ କ୍ରିୟାଶୀଳ ରହିଥାନ୍ତି । ବିଶେଷଜ୍ଞଙ୍କ କହିବା ଅନୁସାରେ କର୍ମଚାରୀଙ୍କୁ ନିଜର କାମ ଭଲ କରିବା ପାଇଁ ସୁସ୍ଥ ଏବଂ ଖୁସୀ ଜୀବନର ଆବଶ୍ୟକତା ରହିଥାଏ । ଏହା ଚିନ୍ତାର ବିଷୟ ଯେ ଦେଶର ସବୁ ସେକ୍ଟରରେ ଅନେକ କର୍ମଚାରୀ କ୍ରିୟାଶୀଳ ନୁହଁନ୍ତି ଏବଂ ଓଭରୱେଟ ଅଛନ୍ତି । 

Subscribe

National International State Sports Entertainment