ଦେଶରେ ପୁଣି ଫେରିଲା ଲକ୍‌ଡାଉନ
Khabar Odisha:Lockdown-is-back-in-the-country

ରାୟପୁର,ଏପ୍ରିଲ୨(ଖବର ଓଡଶା); ଦିର୍ଘଦିନର ବ୍ୟବଧାନ ପରେ ପୁଣି ଫେରିଛି ଲକ୍‌ଡାଉନ । ଛତିସଗଡର ଦୁର୍ଗ ଜିଲ୍ଲାରେ ବଢୁଥିବା ସଂକ୍ରମଣ ଦେଖି ଜିଲ୍ଲା ପ୍ରଶାସନ ଏପ୍ରିଲ୬ରୁ ୧୪ ତାରିଖ ଯାଏଁ ଜିଲ୍ଲାରେ ଲକ୍‌ଡାଉନ ଘୋଶଣା କରିଛନ୍ତି । 

ଲକ୍‌ଡାଉନ ସମୟରେ କେବଳ ଜରୁରୀ ସେବା ଗୁଡିକୁ ଚାଡି ବାକୁ ସବୁ ସେବା ବନ୍ଦ ରଖିବାକୁ ପ୍ରଶାସନ କହିଛି ।

କରୋନା ସ୍ଥିତି ହଟିଗଲେ ଲକ୍‌ଡାଉନ ହଟିଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ତେବେ ସାଧାରଣ ଲୋକ ମାନେ ସରକାରଙ୍କ ଦ୍ୱାରା ଜାରୀ କରାଯାଇଥିବା ମାର୍ଗଦର୍ଶିକାକୁ ପାଳନ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । 

ତେବେ ଦେଶରେ ବଢୁଥିବା ସଂକ୍ରମଣ ପାଇଁ ବିଭିନ୍ନ ସ୍ଥାନରେ ଆୟୋଜନ କରାଯାଉଥିବା ସଭା ସମିତି, ବିବାହ କାର୍ଯ୍ୟକ୍ରମ ଗୁଡିକ ମୁଖ୍ୟତ ଦାୟୀ ବୋଲି ବିଶେଷଜ୍ଞ ମାନଙ୍କ ମତ । ଏହା ଭିତରେ ଦିଲ୍ଲୀ ଏମ୍ସ ନିର୍ଦେଶକ ଡ.ରଣଦୀପ ଗୂଲେରିଆ କହିଛନ୍ତି ଯେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଁ ଯୁବଗୋଷ୍ଠି ମାନଙ୍କ ଦାୟିତ୍ୱହିନତା ମୁଖ୍ୟ କାରଣ ।

  • Tags:

Subscribe

National International State Sports Entertainment