ରାଜ୍ୟରେ ସଂକ୍ରମଣର ରୂପ ନେଲାଣି ଡିପଥେରିଆ।ରାୟଗଡ଼ା ପରେ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ମଧ୍ଯ ମାଡ଼ିଲାଣି ଡିପଥେରିଆ ରୋଗ । ବର୍ତ୍ତମାନ ସୁଦ୍ଧା ରାଜ୍ଯର ୩ ଜିଲ୍ଲାରେ ୨୦ ରୁ ଅଧିକ ଜଣ ସଂକ୍ରମିତ ଚିହ୍ନଟ ହେଲେଣି ।
ତେବେ ଆସନ୍ତୁ ଜାଣିବା କଣ ଏହି ଡିପଥେରିଆ ରୋଗ ? ଡାକ୍ତରଙ୍କ କହିବା ଅନୁଯାୟୀ, ଏହା ଏକ ଗଳା ସମ୍ବିନ୍ଧିତ ରୋଗ । ଏହା ବାୟୁ ବାହିତ ସଂକ୍ରମଣ ରୋଗ । ଡିପଥେରିଆକୁ ଓଡିଆରେ କୁହନ୍ତି କଣ୍ଠଆଳତି । କଣ୍ଠରେ ଘିଅ ପରି କିଛି ବସିଯାଏ, ଯେଉଁଥିପାଇଁ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ବାଧା ସୃଷ୍ଟି କରାଏ। ସାଧାରଣତଃ ଏହି ରୋଗ ୫ରୁ୬ ବର୍ଷର ପିଲାଙ୍କଠାରେ ଦେଖାଯିବା ସହ ୬୦ ବର୍ଷ ପରେ ମଧ୍ୟ ଏହି ରୋଗ ହେବାର ସମ୍ଭାବନା ରହିଛି । ଗୋଟିଏ ରୋଗୀଠାରୁ ଅନ୍ୟ ଏକ ରୋଗୀର ବ୍ୟବହୃତ ବସ୍ତ୍ର, ଖାଦ୍ୟ ପଦାର୍ଥ ଆଦିରେ ଜୀବାଣୁ ଗୋଟିଏ ଶରୀରରୁ ଅନ୍ୟ ଏକ ଶରୀର ମଧ୍ୟକୁ ପ୍ରବେଶ କରିଥାଏ । ଏହି ରୋଗ ହେଲେ ତୁରନ୍ତ ଭାକସିନ ସହିତ ଅନ୍ୟାନ୍ୟ ଚିକିତ୍ସା କରାଗଲେ ଶୀଘ୍ର ଭଲ ହୋଇପାରିବ।
ଯେହେତୁ ଏହା ବାୟୁ ଦ୍ୱାରା ସଂକ୍ରମିତ ହେଉଛି, ସଂକ୍ରମଣ ରୋକିବାକୁ ପ୍ରଭାବିତ ଅଞ୍ଚଳର ଲୋକମାନେ ମାସ୍କ ପିନ୍ଧିବା ସହ ହାତ ଧୋଇବା ଭଳି ନିୟମ ପାଳନ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।