ଏସସିବିରେ ବିରଳ ଅସ୍ତ୍ରୋପଚାର, ବିନା ଆନାସ୍ଥେସିଆରେ କରାଗଲା ସର୍ଜରୀ
Khabar Odisha:First-time-in-SCB-tumor-removed-from-trachea-using-ECMO-support-in-Cuttack
ଖବର ଓଡିଶା : 10/04/2023

ଚିକିତ୍ସା ଜଗତରେ ପୁଣି ଇତିହାସ ରଚିଲା ଏସସିବି ବଡ ମେଡିକାଲ। ପ୍ରଥମ ଥର ପାଇଁ ଇକମୋ ମେସିନ ସପୋର୍ଟରେ କରାଯାଇଛି ଅପରେସନ। କାର୍ଡିଓଭାସକୁଲାର ସର୍ଜରୀ ବିଭାଗରେ ଏହି ଅପରେସନ କରାଯାଇଥିଲା।

ଖବର ଅନୁଯାୟୀ, ଦେବଗଡ଼ର ରିଙ୍କୁ ଲହରା ଦୀର୍ଘ ଦିନ ହେବ ଶ୍ୱାସ ଜନିତ ରୋଗରେ ପୀଡିତ ଥିଲେ। ଗତମାସରେ ଏସସିବି ପଲମୁନାରୀ ବିଭାଗରେ ପରୀକ୍ଷା ପରେ ତାଙ୍କ ମୁଖ୍ୟ ଶ୍ୱାସନଳୀ ନିକଟରେ ୫ ସେଣ୍ଟିମିଟରର ଟ୍ୟୁମର ଥିବା ଜଣାପଡିଥିଲା। ତୁରନ୍ତ ଏହାର ଅପରେସନ ପାଇଁ ସର୍ଜରୀ ବିଭାଗକୁ ସୂଚନା ଦିଆଯାଇଥିଲା। ଶ୍ୱାସ ନଳୀରେ ଟ୍ୟୁମର ଥିବାରୁ ତାଙ୍କୁ ନିଶ୍ଚେତକ ଦେବା ସମ୍ଭବ ନଥିଲା। ଏଣୁ ଇକମୋ ମେସିନ ସହାୟତାରେ ଅପରେସନ କରାଯାଇଥିଲା। ସାଢ଼େ ୧୦ଟାରୁ ଏହି ଅପରେସନ ଆରମ୍ଭ ହୋଇ ସାଢ଼େ ୨ଟା ରେ ସରିଥିଲା। ଡାକ୍ତର ମନୋଜ ପଟ୍ଟନାୟକ ଓ ୧୨ ଜଣିଆ ଡାକ୍ତରୀ ଟିମ୍‌ଙ୍କ ଦୀର୍ଘ ୫ ଘଣ୍ଟାର ଅପରେସନ ସଫଳ ହୋଇଛି । ତେବେ ଆଗକୁ ଆହୁରି ଅଧିକରୁ ଅଧିକ ଅପରେସନ ଇକମୋ ମେସିନ ସହାୟତାରେ କରାଯିବ ବୋଲି କହିଛନ୍ତି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକ। ପ୍ରଥମ ଥର ପାଇଁ ଇକମୋ ମେସିନ୍ ସହାୟତାରେ  ଓଡ଼ିଶାରେ ଏହି ଅପରେସନ ହୋଇଛି। କୋଭିଡ ପାଇଁ ବ୍ୟବହୃତ ଇକମୋ ମେସିନରେ ଯେ ଏପରି ବିରଳ ଅସ୍ତ୍ରୋପଚାର ହୋଇପାରିବ ତାହା ଅସମ୍ଭବ ଲାଗୁଥିଲେ ବି ସମ୍ଭବ କରି ଦେଖାଇଛନ୍ତି ଡାକ୍ତର ମନୋଜ ପଟ୍ଟନାୟକଙ୍କ ଟିମ୍ ।

Subscribe

National International State Sports Entertainment