ସାବଧାନ ! ଆପଣଙ୍କ ପିଲା ଅଧିକ ଫୋନ୍ ଦେଖୁଛି କି ? ଏହା ହେଇପାରେ ହୃଦଘାତର କାରଣ । ଆଜିକାଲିର ଆଧୁନିକ ଜୀବନଶୈଳୀ ପାଇଁ ପିଲାମାନଙ୍କୁ ଅଧିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଯାହା ଦ୍ୱାରା କି ସେମାନଙ୍କର ଚାଲିଚଳଣୀ ,ବ୍ୟବହାର ଓ ଆଚରଣରେ ଅନେକ ଭିନ୍ନତା ଦେଖିବାକୁ ମିଳୁଛି । ଏମିତିକି ବର୍ଷକର ପିଲାଟିଏ ମଧ୍ୟ ମୋବାଇଲ ଫୋନ୍, ଟ୍ୟାବ୍ ଏବଂ ଟିଭି ନଦେଖିଲେ ଖାଦ୍ୟ ଖାଉନାହିଁ । ଯଦ୍ଦ୍ଵାରା କି ଆଜିକାଲି ପିଲାମାନଙ୍କ ମଧ୍ୟରେ ଫୋନର ବ୍ୟବହାର ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଫୋନ୍ ଏବଂ ଟ୍ୟାବର ବ୍ୟବହାର ବଢୁଛି । ଵିଶେଷଜ୍ଞମାନଙ୍କର ଏକ ରିପୋର୍ଟ ଅନୁଯାୟୀ, ଅତ୍ୟଧିକ ଫୋନ ଦେଖିବା ଦ୍ୱାରା ପିଲାମାନଙ୍କର ସ୍ନାୟୁଗତ ବିକାଶ ଏବଂ ସାମାଜିକ ବିକାଶ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ଏହି କାରଣରୁ ପିଲାମାନଙ୍କୁ ସ୍ନାୟୁଗତ ରୋଗ ହେବାର ଆଶଙ୍କା ରହିଥାଏ ।
ଏବେ ଆସନ୍ତୁ ଜାଣିବା କଣ ପାଇଁ ହୁଏ ପିଲାମାନଙ୍କର ହୃଦଘାତ ?
ଇଷ୍ଟର୍ନ ଫିନଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟ ଏବଂ ୟୁରୋପୀୟ ସୋସାଇଟି ଅଫ୍ କାର୍ଡିଓଲୋଜି ୨୦୨୩ ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନର ରିପୋର୍ଟ ଅନୁଯାୟୀ, ଯେଉଁ ପିଲାମାନେ ଅଧିକ ଫୋନ୍ ବ୍ୟବହାର କରନ୍ତି, ସେମାନଙ୍କର ଅଳ୍ପ ବୟସରେ ହୃଦଘାତ ହେବାର ଆଶଙ୍କା ବଢିଥାଏ । କାରଣ ସେମାନେ ଫୋନ୍ ଦେଖିଲାବେଳେ ଶାରୀରିକ ଭାବରେ ସକ୍ରିୟ ନଥାନ୍ତି । ଯେଉଁ ପିଲାମାନେ କମ୍ ସକ୍ରିୟ ଥାଆନ୍ତି । ସେମାନଙ୍କ ନିକଟରେ ହୃଦଘାତ ହେବାର ଯଥେଷ୍ଟ ଆଶଙ୍କା ରହିଥାଏ । ରକ୍ତ ଚାପ ବଢିବା ଦ୍ୱାରା ଏବଂ ଓଜନ ରେ ବୃଦ୍ଧି ହେଲେ ହୃଦଘାତର ଆଶଙ୍କା ବଢିଯାଏ । ସୂଚନା ମୁତାବକ, ୧୯୯୦ ମସିହା ଏବଂ ୧୯୯୧ ମସିହା ରେ ଜନ୍ମ ହୋଇଥିବା ୧୪,୫୦୦ ପିଲାଙ୍କ ଉପରେ ଏହି ଅନୁସନ୍ଧାନ ଟି କରାଯାଇଥିଲା । ସେହି ଅନୁସନ୍ଧାନରେ ସେମାନଙ୍କର ଇକୋକାର୍ଡିଓଗ୍ରାଫି (Echocardiography ) ପରୀକ୍ଷଣ ହୋଇଥାଏ । ଯେଉଁ ପିଲାମାନେ ଶାରୀରିକ ଭାବରେ ସକ୍ରିୟ ନୁହଁନ୍ତି , ସେମାନେ ବହୁତ କମ୍ ବୟସରେ ମେଦବହୁଳତା ଏବଂ ମଧୁମେହର ଶିକାର ହୋଇଥାନ୍ତି । ଏହିପରି ପିଲାମାନଙ୍କ ଠାରେ ନ୍ୟୁରୋଡେଜେନେରେଟିଭ୍ (Neurodegenerative ) ରୋଗ ଏବଂ ହୃଦୟ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ବଢିଥାଏ ।
କଣ କଲେ ପିଲାମାନେ ଫୋନର ବ୍ୟବହାର କମ କରିବେ ?
ଆଜିକାଲିର ସମୟ ରେ ବାପା ମା ମାନେ ଉଭୟ ନିଜ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି । ତେଣୁ ସେମାନେ ନିଜ ପିଲାମାନଙ୍କୁ ଅଧିକ ସମୟ ଦେଉନାହାନ୍ତି । ଏଭଳି ସମୟରେ ବାପା ମା ଙ୍କୁ ନିଜ ପିଲା ଉପରେ ସର୍ବାଧିକ ଧ୍ୟାନ ଦେବା ଉଚିତ୍ । ପିଲାମାନଙ୍କ ସହିତ ଅଧିକ ସମୟ କଥାବାର୍ତ୍ତା ଏବଂ ଖେଳକୁଦ କରନ୍ତୁ । ଘର ବାହାରକୁ ପିଲାମାନଙ୍କୁ ନେଇଯାନ୍ତୁ । ପିଲାମାନଙ୍କୁ ବିଭିନ୍ନ ଶିଖଣିୟ କାର୍ଯ୍ୟରେ ନିୟୋଜିତ କରନ୍ତୁ । ଛୁଟିଦିନରେ ପିଲାମାନଙ୍କୁ ନିଜ କାମ ନିଜେ କରିବାକୁ ଦିଅନ୍ତୁ । ପିଲାମାନଙ୍କୁ ଫୋନ , ଟ୍ୟାବ ଡିଜିଟାଲ ମିଡ଼ିଆ ଠାରୁ ଦୁରେଇ ରଖିବାକୁ ଚେଷ୍ଟା କରନ୍ତୁ । ଯଦି ଆପଣଙ୍କ ପିଲାଙ୍କ ମଧ୍ୟରେ ଏମିତି କିଛି ସମସ୍ୟା ଦେଖା ଦେଉଛି ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଆଗକୁ ପଢନ୍ତୁ :- ପୁଣି ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା