ଔଷଧ ବିକ୍ରିରେ ଯୋଡି ହେଲା ଆମାଜୋନ୍‌, ଅଡୁଆରେ ଔଷଧ କମ୍ପାନୀ
Khabar Odisha:Amazon-launches-online-pharmacy-in-new-contest-with-drug-retail

ନୂଆଦିଲ୍ଲୀ : ବିଶ୍ୱର ନାମୀଦାମୀ ଓ ବୃହତ୍ ଅନଲାଇନ୍ ସପିଙ୍ଗ ସାଇଟ୍ ଆମାଜୋନ୍ ରେ ଏବେ ଔଷଧ ମଧ୍ୟ ଉପଲବ୍ଧ ହେବ । ଆମାଜୋନ୍ ଔଷଧ ବିକ୍ରିରେ ଯୋଡି ହେବା ଦ୍ୱାରା ଏବେ ଅଡୁଆରେ ପଡିଛନ୍ତି ଔଷଧ କମ୍ପାନୀ । 

ଆମାଜୋନ୍ ପ୍ରଥମେ ଯୁକ୍ତରାଷ୍ଟ୍ରରେ ଔଷଧ ବିତରଣ ପାଇଁ ଆମାଜୋନ୍ ଫାର୍ମାସୀ ଲଞ୍ଚ କରିବା ପରେ ୱାଲଗ୍ରିନ୍ସ, ସିଭିଏସ୍ ଏବଂ ୱାଲମାର୍ଟ ଭଳି ଖୁଚୁରା ଔଷଧ ବ୍ୟବସାୟୀଙ୍କ ସହ ପ୍ରତିଯୋଗିତା ବୃଦ୍ଧି ପାଇଛି । ଯାହା ଦ୍ୱାରା ଏବେ ଅଡୁଆରେ ପଡିଛନ୍ତି ବିଶ୍ୱର ଅନେକ ବୃହତ୍ ଔଷଧ ବିତରକ କମ୍ପାନୀ ।

ଆମାଜୋନ୍ ଫାର୍ମାସୀରେ ଔଷଧ କିଣିବା ସମୟରେ ଏଥିରେ ସେହି ଔଷଧର ବଜାର ମୂଲ୍ୟ ମଧ୍ୟ ଦର୍ଶାଯିବ ଯାହା ଦ୍ୱାରା ଗ୍ରାହକ ମାନେ ଅବଗତ ରହିବେ ସେମାନେ ପ୍ରକୃତରେ ଆମାଜୋନ୍ ଫାର୍ମାସୀରୁ ଔଷଧ କିଣି ଲାଭ ପାଉଛନ୍ତି । ଯାହା ଅନ୍ୟ ଔଷଧ ବିତରକ କମ୍ପାନୀ ଗୁଡିକ ପାଇଁ ଆଗକୁ ଚ୍ୟାଲେଞ୍ଜି ହେବାକୁ ଯାଉଛି ।

ଅନଲାଇନ୍ ଔଷଧ ବିତରଣ ସମୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସିକ୍ୟୁରିଟି ଅଫ୍ ପ୍ରେସିକ୍ରିପସନ୍ ବା ଗ୍ରାହକ କେଉଁ ଔଷଧ ନେଉଛନ୍ତି ଏବଂ ସେମାନଙ୍କ ରୋଗ କଣ ରହିଛି ତାହାକୁ ଗୋପନୀୟ ରଖିବା ଯାହା ଆମାଜୋନ୍ ଟ୍ରାଏଲ୍ ବେସିସ୍ ରେ ଗତ ୨ବର୍ଷ ହେଲା ର୍ନିଭୁଲ ଭାବରେ କରିଆସିଛି ଯାହା ଆମାଜୋନ୍ ଫାର୍ମାସୀ ପାଇଁ ଗ୍ରାହକଙ୍କୁ ଅଧିକ ଆକୃଷ୍ଟ କରିବାରେ ସହାୟକ ହେବ ।

ଏଥିସହିତ ମାତ୍ର ଦୁଇ ଦିନ ମଧ୍ୟରେ ପ୍ରେସକ୍ରିପ୍ଟଟେଟ୍ ମଡେିସିନ୍ ର ହୋମ୍ ହେଲଇଭରୀ ସହିତ ଆମାଜୋନ୍ ପ୍ରାଇମ୍ ମେମ୍ବର ସିପ୍ ରେ ଅଧିକ ରିହାତି ମିଳିପାରି ବୋଲି ଆମାଜୋନ୍ କର୍ତ୍ତୁପକ୍ଷଙ୍କ ତରଫରୁ ସୂଚନା ଦିଆଯାଇଛି ।

ବର୍ତମାନୀ କରୋନା ମହାମାରୀ ସମୟରେ ଅଧିକାଂଶ ଲୋକେ ବାହାରକୁ ଯିବାକୁ ପସନ୍ଦ କରୁନାହାନ୍ତି । ଏବଂ ଘରେ ରହି ନିଜ ଅତିଆବଶ୍ୟକ ଜିନିଷ ସହିତ ଔଷଧ ମଗାଇବା ମଧ୍ୟ ବୃଦ୍ଧି ହୋଇଛି ପୂର୍ବ ତୁଳନାରେ । ଯାହା ଆମାଜୋନ୍ ଫାର୍ମାସୀ ପାଇଁ ଆଉ ଏକ ବୁଷ୍ଟ ହେବାକୁ ଯାଉଛି ।

  • Tags:

Subscribe

National International State Sports Entertainment