ଦେଶରେ କରୋନା ଭାଇରସ୍ ର ପ୍ରଭାବ ଟିକେ କମିଥିବାବେଳେ ଏବେ ମୁମ୍ବାଇକୁ ଡରାଉଛି ଜୀକା ଭାଇରସ୍ ।ମୁମ୍ବାଇର ଜଣେ ବ୍ୟକ୍ତି ଏବେ ଜୀକା ଭାଇରସ୍ ରେ ପୀଡ଼ିତ ଅଛନ୍ତି । ଏହି କଥା ଶୁଣିବା ପରେ ସାରା ରାଜ୍ୟରେ ଏକ ଚହଳ ସୃଷ୍ଟି ହୋଇଛି ।
ସୂଚନା ଅନୁସାରେ, ମୁମ୍ବାଇର ଚେମ୍ବୁର ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି ଏହି ଭାଇରସରେ ପଜିଟିଭ୍ ଥିବା ଜଣାପଡିଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ଥିବାବେଳେ, ଡାକ୍ତରମାନେ ତାଙ୍କ ଉପରେ ନଜର ରଖିଛନ୍ତି । ଜୀକା ଭାଇରସ୍ ରୋଗଟି ମଶାମାନଙ୍କ ଦ୍ୱାରା ଅନ୍ୟମାନଙ୍କୁ ବ୍ୟାପିଥାଏ । ଏହାର ଲକ୍ଷଣ ହେଉଛି , ପ୍ରଥମେ ଆପଣଙ୍କୁ ଜ୍ୱର ହେବ ତା ସହିତ ତ୍ୱଚା ଲାଲ ହେଇଯିବା , ମୁଣ୍ଡ ମଧ୍ୟ ପ୍ରବଳ ଜୋରରେ ବିନ୍ଧିବ । ଆଉ ଗୋଟିଏ କଥା ହେଲା କି ଯଦି ଜଣେ ଗର୍ଭବତୀ ମହିଳା ଜୀକା ଭାଇରସରେ ସଂକ୍ରମିତ ହୁଅନ୍ତି ତେବେ ରୋଗଟି ମା ଠାରୁ ପେଟରେ ଥିବା ଛୁଆକୁ ମଧ୍ୟ ବ୍ୟାପିଥାଏ । ଏହି ରୋଗ ମଶା ଦ୍ୱାରା ବ୍ୟାପୁଥାଏ । ପ୍ରଥମେ ଏହି ଭାଇରସ ଟି ୧୯୪୭ ମସିହାରେ ୟୁଗାଣ୍ଡାରେ ଦେଖିବାକୁ ମିଳିଥିଲା । ସେତେବେଳେ ଏହା ଅନେକ ଲୋକଙ୍କ ଜୀବନ ନେଇଥିଲା ।
ଆଗକୁ ପଢନ୍ତୁ :- ବିଶ୍ୱ ଆଥଲେଟିକ୍ସ ଚମ୍ପିଆନସିପର ଫାଇନାଲରେ ନୀରଜ ଚୋପ୍ରା