ଅହମଦାବାଦର ଏକ ଛୋଟ ହସ୍ପିଟାଲରେ ଭୟଙ୍କର ନିଆଁ ଲାଗିଛି । ହସ୍ପିଟାଲରୁ ୧୨୫ରୁ ଅଧିକ ରୋଗୀଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତରଣ କରାଯାଉଛି। ଘଟଣାସ୍ଥଳରେ ୨୦ ରୁ ୨୫ ଅଗ୍ନିଶମ କର୍ମଚାରୀ ଉପସ୍ଥିତ ରହି ନିଆଁକୁ ଆୟତ କରିଛନ୍ତି। ନିଆଁ ଲାଗିବାର କାରଣ ଏବେ ପର୍ଯ୍ୟନ୍ତ ଜଣାପଡ଼ୁନାହିଁ ।
ସୂଚନା ଅନୁଯାୟୀ, ଅହମଦାବାଦର ସାହିବାଗ ଅଞ୍ଚଳର ରାଜସ୍ଥାନ ହସ୍ପିଟାଲର ବେସମେଟରେ ନିଆଁ ଲାଗିଯାଇଥିଲା । ପ୍ରାୟ ୪.୩୦ମି. ସମୟରେ ଏହି ନିଆଁ ଲାଗିଥିଲା । ନିଆଁ ବ୍ୟାପିବା ପୂର୍ବରୁ ତୁରନ୍ତ ହସ୍ପିଟାଲରେ ଥିବା ରୋଗୀଙ୍କୁ ଉଦ୍ଧାର କରାଯାଇଥିଲା । ନିଆଁର ପ୍ରଭାବରେ ରୋଗୀମାନଙ୍କର କୌଣସି କ୍ଷତି ହୋଇନାହିଁ । ୧୦ ମହଲା ବିଶିଷ୍ଟ ଏହି ହସ୍ପିଟାଲର ଉପର ଦୁଇ ମହଲାରୁ ରୋଗୀଙ୍କୁ ବାହାର କରାଯାଇ ସୁରକ୍ଷିତ ଭାବରେ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଛି ।