ରାଜ୍ୟରେ ଶିଶୁ ସଂକ୍ରମଣକୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ, ରାଜ୍ୟ ସରକାର ସଚେତନ ଅଛନ୍ତି : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
Khabar Odisha:

ଭୁବନେଶ୍ୱର, ଅଗଷ୍ଟ ୧୮ (ଖବର ଓଡ଼ିଶା): ରାଜ୍ୟରେ ଗତ କିଛି ଦିନ ହେବ ଶିଶୁ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଦୈନିକ ୧୦୦ରୁ ଉର୍ଦ୍ଧ୍ୱ ଶିଶୁ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି ଯାହା ବର୍ତ୍ତମାନ ପୁରା ରାଜ୍ୟ ବାସୀଙ୍କ ପାଇଁ ଚିନ୍ତା ବଢାଇଛି ।

ଏଭଳି ସମୟରେ ରାଜ୍ୟ ବାସୀଙ୍କୁ ଆତଙ୍କିତ ନହେବା ପାଇଁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ରାଜ୍ୟ ସରକାର ଶିଶୁ ସଂକ୍ରମଶ ନେଇ ସମ୍ପୂର୍ଣ୍ଣ ସଚେତନ ଅଛନ୍ତି । 

ଶିଶୁ ମାନେ କରୋନା ସଂକ୍ରମିତ ହେବା ପରେ ସେମାନଙ୍କ ପାଖରେ ଏତେ ମାତ୍ରାରେ ସିଭିୟରଟି ଦେଖାଯାଏ ନାହିଁ । ହସ୍ପିଟାଲ ଯିବା କେସ୍ ମଧ୍ୟ ରାଜ୍ୟରେ ଖୁବ୍ କମ୍ ରହିଛି ତେଣୁ ଆତଙ୍କିତ ହେବାର ଆବଶ୍ୟକତା ନାହିଁ ।

ରାଜ୍ୟ ସରକାର ଶିଶୁ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମାନ କରିଛନ୍ତି ଏବଂ କରୋନା ମହାମାରୀର ତୃତୀୟ ଲହରର ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିଛନ୍ତି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ତୃତୀୟ ଲହର ସମୟରେ ମାତ୍ର ୫-୬% ପ୍ରତିଶତ ପିଲା ହସ୍ପିଟାଲ ଯାଇପାରନ୍ତି କିମ୍ବା ଗୁରୁତର ହୋଇପାରନ୍ତି ବୋଲି କେନ୍ଦ୍ର ଆକଳନ କରୁଛି ମାତ୍ର ରାଜ୍ୟରେ ସ୍ଥିତି ଉପରେ ଆମେ ପୁରା ନଜର ରଖିଛୁ । ୧୮ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କ ଚିକିତ୍ସା ପାଇଁ ଡାକ୍ତର ମାନଙ୍‌କୁ ସ୍ୱତନ୍ତ୍ର ଟ୍ରେନିଂ ମଧ୍ୟ ଦିଆଯାଇଛି ଏପଟେ ହସ୍ପିଟାଲ ବେଡ୍ ଠାରୁ ଆରମ୍ଭ କରି ଅକ୍ସିଜେନ୍‌, ଔଷଧ ସବୁ କିଛି ପ୍ରସ୍ତୁତ ରଖାଯାଇଛି ବୋଲି ଆଜି ସୂଚନା ଦେଇଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

  • Tags:

Subscribe

National International State Sports Entertainment