ପନ୍ତଙ୍କୁ ମୁମ୍ବାଇ ଲୀଳାବତୀ ହସ୍ପିଟାଲକୁ ଏୟାର ଲିଫ୍ଟ
Khabar Odisha:
ଖବର ଓଡିଶା : 04/01/2023

ଗତ ଡିସେମ୍ବର 31ରେ ଦୁର୍ଘଟଣାର ଶିକାର ହୋଇଥିବା ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ତଥା ୱିକେଟ୍ କିପର ଋଷବ ପନ୍ତଙ୍କୁ ମୁମ୍ବାଇ ଲୀଳାବତୀ ହସ୍ପିଟାଲକୁ କରାଗଲା ଏଆରଲିଫ୍ଟ | ଦୁର୍ଘଟଣା ପରେ ସେ ଡେରାଡୁନରେ ଚିକିତ୍ସିତ ହେଉଥିଲେ। ଏବେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ମୁମ୍ବାଇ ସ୍ତିତ ଲୀଳାବତୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। 

ସୂଚନା ଅନୁଯାୟୀ,  ଡେରାଡୁନରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଏୟାରଲିଫ୍ଟ କରାଯାଇଛି । ଏବେ ମୁମ୍ବାଇ ସ୍ତିତ ଲିଳାବତୀ ହସ୍ପିଟାଲରେ ତାଙ୍କର ଲିଗାମେଣ୍ଟ ଇଞ୍ଜୁରୀର ଚିକିତ୍ସା କରାଯିବ । BCCI ଡାକ୍ତର ସ୍ୱତନ୍ତ୍ର ଭାବେ ଚିକିତ୍ସା ଅନୁଧ୍ୟାନ କରିବେ । ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ତାଙ୍କୁ ପ୍ରାୟ 6 ମାସ ସମୟ ଲାଗିବ ।

Subscribe

National International State Sports Entertainment