ତାମିଲ ହାସ୍ୟ ଅଭିନେତା ଥାୱାସୀଙ୍କ ଦେହାନ୍ତ
Khabar Odisha:tamil-actor-thavasi-passed-away-due-to-cancer
ନୂଆଦିଲ୍ଲୀ,ନଭେମ୍ବର 24 (ଖବର ଓଡିଶା)

ସୋମବାର ରାତିରେ ତାମିଲ ଅଭିନେତା ତଥା ହାସ୍ୟ ଅଭିନେତା ଥାୱାସୀଙ୍କ ଦେହାନ୍ତ । ତାଙ୍କୁ 60 ବର୍ଷ ହୋଇଥିଲା   ସେ ମଦୁରାଇର ଏକ ଘରୋଇ ଡାକ୍ତରଖାନାରେ କର୍କଟ ରୋଗରେ ପୀଡିତ ଥିଲେ   ତାଙ୍କ ବିୟୋଗରେ ସିନେ ଜଗତରେ ଓ ଫ୍ୟାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି  । 

ସାରଭାନ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ପି ସାରଭାନନଙ୍କ ଅନୁଯାୟୀ, ଥାୱାସୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା   ଯାହା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା  । ଆଠଟା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା  । ତାଙ୍କୁ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା କରାଯାଉଥିଲା   ପ୍ରକୃତରେ ଥାୱାସୀ ଏକ ଭିଡିଓରେ ଚିକିତ୍ସା ପାଇଁ ସାହାଯ୍ୟ ଲୋଡିଥିଲେ  । ଭିଡିଓରେ ଥବାସିଙ୍କୁ ଚିହ୍ନିବା ମଧ୍ୟ କଷ୍ଟସାଧ୍ୟ ଥିଲା ।  କର୍କଟ କାରଣରୁ ସେ ବହୁତ ପତଳା ଦେଖାଯାଉଥିଲେ   ଭାଇରାଲ ଭିଡିଓରେ ଥାୱାସୀ ତାଙ୍କ ପ୍ରଶଂସକଙ୍କୁ ସାହାଯ୍ୟ ମାଗିଥିଲେ ଏବଂ କହିଥିଲେ, 'ମୋର ସିନେମାରେ 30 ବର୍ଷରୁ ଅଧିକ କ୍ୟାରିୟର ଅଛି   ଯାହା ପରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ କଳାକାର ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ  । 

 

  • Tags:

Subscribe

National International State Sports Entertainment