ମୁମ୍ବାଇ: ସଙ୍ଗୀତ ଦୁନିଆରୁ ଏକ ଦୁଃଖଦ ଖବର ଆସିଛି । ‘ୟାଲି ମଦଦ ୟାଲି’ ଗୀତ ଗାଇଥିବା ଆସାମୀ ଗାୟକ ତଥା ବଲିଉଡ କଣ୍ଠଶୀଳ୍ପୀ ଜୁବିନ ଗର୍ଗଙ୍କ (୫୨) ଏକ ଦୁଃଖଦ ମୃତ୍ୟୁ ହୋଇଛି । ସିଙ୍ଗାପୁରେ ସ୍କୁବା ଡାଇଭିଂ ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ଜୁବୀନ୍ ଗର୍ଗ ସିଙ୍ଗାପୁର ଏକ କାର୍ଯ୍ୟକ୍ରମରେ ଯୋଗ ଦେବକୁ ଯାଇଥିଲେ । ଆସନ୍ତା ୨୦ ଏବଂ ୨୧ ତାରିଖରେ ସେ ସଙ୍ଗୀତ ପରିବେଷଣ କରିଥାଆନ୍ତେ । କିନ୍ତୁ ଶୁକ୍ରବାର ସକାଳେ ସ୍କୁବା ଡାଇଭିଂ କରୁଥିବାବେଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ତୁରନ୍ତ ସିପିଆର୍ ଦିଆଯାଇଥିଲା ଏବଂ ପରେ ସିଙ୍ଗାପୁର ଜେନେରାଲ ହସ୍ପିଟାଲକୁ ନିଆଯାଇଥିଲା । ଆଇସିୟୁରେ ଥିବା ସମୟରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଅପରାହ୍ନ ୨ ଟା ୩୦ ମିନିଟ୍ ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ଏ ନେଇ ସିଙ୍ଗାପୁର ନର୍ଥ ଇଷ୍ଟ୍ ଇଣ୍ଡିଆ ଫେଷ୍ଟିଭାଲ କମିଟିର ଜଣେ ସଦସ୍ୟ ଅନୁଜ କୁମାର ବୁରୁହା କହିଛନ୍ତି ।
୧୯୭୨ ମସିହା ନଭେମ୍ବର ୫୨ରେ ଜୁବୀନ ମେଘାଳୟର ତୁରାରେ ଜନ୍ମ ଗ୍ରହଣ କରିଥିଲେ । ସେ ଆସାମ, ବଙ୍ଗଳା ଏବଂ ହିନ୍ଦୀ ଭାଷା ସହିତ ୪୦ଟି ଭାଷାରେ ଅନେକ ଗୀତ ଗାଇଛନ୍ତି । ଜୁବୀନ ହିନ୍ଦୀ ଚଳଚ୍ଚିତ୍ର ‘ଗ୍ୟାଙ୍ଗଷ୍ଟାର’ରେ “ୟା ଅଲି ମଦଦ ଅଲି” ଗାଇ ଅଧିକ ଚର୍ଚ୍ଚାକୁ ଆସିଥିଲେ । ସେହିପରି ଯାନେ କ୍ୟା ଚାହେ ମନ୍, ଶୁଭା ଶୁଭା, ଦିଲ୍ ତୁ ହି ବତା (କ୍ରିସ୍-୩), ଜଗ୍ ଲାଲ୍ ଲାଲ୍ (ଗଦର) ଭଳି ସୁପରହିଟ୍ ଗୀତ ଦେଇଛନ୍ତି ।
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଜୁବୀନଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରିଛନ୍ତି । ଏହା ବୟସରେ ଯିବା କଥା ନୁହେଁ ବୋଲି କହିଛନ୍ତି । ଆସାମ ଜଣେ ଭଲ ଗାୟକଙ୍କୁ ହରାଇଛି ।