ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ଝିଅଙ୍କୁ ବଳାତ୍କାର ଧମକ, ପ୍ରଧାନମନ୍ତ୍ରୀଙ୍କୁ କଲେ ଅଭିଯୋଗ
Khabar Odisha:rape-threaten-to-daughter-of-anurag-kashyap
ନୂଆଦିଲ୍ଲୀ, ମେ ୨୫ (ଖବର ଓଡ଼ିଶା):

ବଲିଉଡ଼୍‌ ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ଝିଅଙ୍କୁ ବଳାତ୍କାର କରିବାକୁ ଧମକ ଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସକମାନେ ଏମିତି କରିଛନ୍ତି ବୋଲି ଅନୁରାଗ କହିଛନ୍ତି । ଏଭଳି ଅଭିଯୁକ୍ତଙ୍କ ସହିତ କେମିତି ମୁକାବିଲା କରିବେ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଟ୍ୱିଟ୍‌ କରି ପଚାରିଛନ୍ତି । 

ଅନୁରାଗ ସବୁବେଳେ ସରକାରୀ ନୀତି ନିୟମ ଉପରେ ଟ୍ୱିଟ୍‌ କରି ଚର୍ଚ୍ଚାରେ ଥାଆନ୍ତି । ତେବେ ବିଜେପିର ବିଜୟ ପରେ ନିଜୁକ ମୋଦୀଙ୍କ ପ୍ରଶଂସକ ଜତାଉଥିବା ରାମସାଙ୍ଘି ନାମକ ଜଣେ ବ୍ୟକ୍ତି ଅନୁରାଗଙ୍କ ଉପରେ ରାଗ ସୁଝାଇଛନ୍ତି । ସେ ତାଙ୍କ ଝିଅଙ୍କୁ ଇନ୍‌ଷ୍ଟ୍ରାଗ୍ରାମରେ ସଂପୃକ୍ତ ବ୍ୟକ୍ତ ଜଣକ ବଳାତ୍କାର କରିବାକୁ ଧମକ ଦେଇଛନ୍ତି । ଅତି ଅଶ୍ଳୀଳ ଭାଷାରେ ଲେଖିଛନ୍ତି । ତାଙ୍କ ଝିଅକୁ ବଳାତ୍କାର କରିବେ ବୋଲି କହିଛନ୍ତି । ତେବେ ଏହି ମାମଲାରେ ଅନୁରାଗ କାଶ୍ୟପ ଟ୍ୱିଟ୍‌ କରି ପ୍ରଧାନମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । 

ନିର୍ବାଚନରେ ସଫଳତା ପାଇଁ ସେ ପ୍ରଥମେ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ପରେ ସେ ଲେଖିଛନ୍ତି ଯେ ବିଜୟ ଉତ୍ସବରେ ଆପଣଙ୍କ ପ୍ରଶଂସକ ମୋ ଝିଅକୁ ଏଭଳି ଧମକ ଦେଉଛନ୍ତି କାରଣ ମୋ ବିଚାରଧାରା ଆପଣଙ୍କ ବିରୋଧରେ । ଏମାନଙ୍କ ସହିତ କେମିତି ମୁକାବିଲା କରିବି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାର ଏକ ସ୍କ୍ରିନ୍‌ ସଟ୍‌ ମଧ୍ୟ ସେ ଟ୍ୱିଟ୍‌ରେ ପୋଷ୍ଟ୍‌ କରିଛନ୍ତି । 

  • Tags:

Subscribe

National International State Sports Entertainment