ଭୁବନେଶ୍ୱର: ଓଲିଉଡର ଆଗ ଧାଡ଼ିର ନାୟିକା ଏଲିନା ସାମନ୍ତରାୟ ନିଜ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ବିବାହରେ ବନ୍ଧନରେ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତ୍ରୀ । ତାଙ୍କ ବିବାହ ସମ୍ପର୍କରେ କେହି କିଛି ଜାଣି ନ ଥିବାବେଳେ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜର ବିବାହ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି ।
ଏଲିନା ସାମନ୍ତରାୟ ତାଙ୍କର ବନ୍ଧୁ ତଥା ଭୁବନେଶ୍ୱରର ବ୍ୟବସାୟୀ ଅନୁରାଗ ପଣ୍ଡାଙ୍କୁ ବିବାହ କରିଛନ୍ତି । ଓଡ଼ିଶା କି ଭାରତରେ ନୁହେଁ ଇଣ୍ଡୋନେସିଆର ବାଲିରେ ପରସ୍ପରର ହାତ ଧରିଛନ୍ତି । ପରିବାର ଲୋକ ଏବଂ କିଛି ନିକଟ ସମ୍ପର୍କୀୟଙ୍କ ଗହଣରେ ଏଲିନା ଏବଂ ଅନୁରାଗ ଏହି ବିବାହ ସମ୍ପନ୍ନ ହୋଇଛି ।
ଏଲିନା ଏବଂ ଅନୁରାଗ ଦୁହେଁ ଦୁହିଁଙ୍କୁ ବହୁ ବର୍ଷ ହେବ ଜାଣି ଥିଲେ । ଏହା ପରେ ସେ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ତେବେ ଏଲିନାଙ୍କ ହଟାତ ବିବାହରେ ଖବର ବାବଦରେ ଜାଣିବା ପରେ ତାଙ୍କ ଫ୍ୟାନ୍ସମାନେ ଆଶ୍ଚର୍ଯ୍ୟ ହୋଇପଡ଼ିଛନ୍ତି ।
ଏଲିନା ଏକ ରିଆରିଲିଟି ଶୋରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ସେ ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରି ଓଡ଼ିଶାବାସୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ‘ଇସ୍କ ତୁ ହି ତୁ’ ଫିଲ୍ମରେ ସେ ପ୍ରଥମ ଥର ମୁଖ୍ୟ ନାୟିକା ଭୂମିକାରେ ଅଭିନୟ କରିଥିଲେ । ଏହା ପରେ ‘କେହି ନୁହେଁ କାହାର’, ‘ଜଗା ହାତରେ ପଘା’, ‘ଲଭ୍ ଷ୍ଟେସନ’, ‘ଝିଅଟା ବିଗିଡ଼ି ଗଲା’, ‘ପ୍ରତିଶୋଧ’, ‘ଅଭୟ’, ‘ମୁଁ ଖାଣ୍ଟି ଓଡ଼ିଆ ଝିଅ’ ଆଦି ଫିଲ୍ମରେ ନଜର ଆସିଛନ୍ତି ।