ମୁମ୍ବାଇ: କମେଡ଼ି ଆଉ ରୋମାଞ୍ଚରେ ଭରପୂର ଜଲି ଏଲ୍ଏଲବି ପାର୍ଟ ୩ର (Jolly LLB 3) ରିଲିଜ୍ ତାରିଖ ଘୋଷଣା ହୋଇସାରିଛି । ପୁଣି ଥରେ ବଡ଼ ପରଦାରେ ଦର୍ଶକଙ୍କୁ ହସାଇ ହସାଇ ବେଦମ କରିବାକୁ ଯାଉଛି ଏହି ଚଳଚ୍ଚିତ୍ର । ଫିଲ୍ମଟି କେବେ ପରଦାକୁ ଆସିବ ତାକୁ ନେଇ ଦର୍ଶକଙ୍କ ମନରେ ଥିବା ଉତ୍ସାହ ଏବଂ ଉତ୍କଣ୍ଠାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ବହୁ ପ୍ରତିକ୍ଷୀତ Jolly LLB 3 ଚଳିତ ବର୍ଷ ସେପ୍ଟେମ୍ବର ୧୯ ତାରିଖରେ ରିଲିଜ୍ ହେବାକୁ ଯାଉଛି । ଯାହାର ଏକ ଭିଡ଼ିଓ ଇନଷ୍ଟାଗ୍ରାମରେ ସେୟାର କରି ସୂଚନା ଦେଇଛନ୍ତି ତରନ ଆଦର୍ଶ ।
ଜଲି ଏଲଏଲବିର ଦୁଇଟି ସଂସ୍କରଣ ସୁପରଡୁପର୍ ହିଟ୍ ହେବା ପରେ ଏବେ ତାହାର ତୃତୀୟ ସଂସ୍କରଣ ଅର୍ଥାତ୍ Jolly LLB ପରଦାକୁ ଆସୁଛି । ସୁଭାଷ କପୁର ନିର୍ଦ୍ଦେଶିତ Jolly LLB 3ରେ ଉଭୟ ଅକ୍ଷୟ କୁମାର ଏବଂ ଅରଶଦ ୱାର୍ସୀଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଅକ୍ଷୟ କୁମାର ଜଳି ମିଶ୍ରାର ଭୂମିକାରେ ନଜର ଆସୁଥିବାବେଳେ ଅରଶଦ ଜଲି ତ୍ୟାଗି ଚରିତ୍ରରେ ଅଭିନୟ କରିଛନ୍ତି । ଅର୍ଥାତ୍ Jolly LLB 3ରେ ଦୁଇଟି ଜଲିଙ୍କୁ ଦେଖିବାକୁ ମିଳିବ ।
ଅଧିକ ପଢ଼ନ୍ତୁ-
ଜଲି ଏଲଏଲବିର ତୃତୀୟ ଭାଗ ୮ ବର୍ଷ ପରେ ଆସିବାକୁ ଯାଉଛି । ଜଲି ଏଲଏଲବି ପ୍ରଥମ ଭାଗ ୨୦୧୩ରେ ମୁକ୍ତିଲାଭ କରିଥିଲା, ଯେଉଁଥିରେ ଅରଶଦଙ୍କୁ ଜଗଦିଶ ତ୍ୟାଗୀ ଓରଫ୍ ଜଲି ଭୂମିକାରେ ଦେଖିବାକୁ ମିଳିଥିଲା । ସେହିପରି ଦ୍ୱିତୀୟ ଭାଗରେ ଅକ୍ଷୟ କୁମାରଙ୍କୁ ଜଗଦିଶ ମିଶ୍ରା ଓରଫ୍ ଜଲି ମିଶ୍ରା ଚରିତ୍ରରେ ଦର୍ଶକ ଦେଖି ଖୁବ ପ୍ରଶଂସା କରିଥିଲେ । ତୃତୀୟ ଭାଗରେ ଉଭୟ ଜଲି ଧମାକା କରିବାକୁ ଯାଉଛନ୍ତି । ତେବେ ଦୁଇଟି ଜଲି ଏକା ସାଙ୍ଗରେ ଆସୁଥିବାରୁ ଫିଲ୍ମଟି ବେଶ ମଜାଳିଆ ହେବ ବୋଲି ଦର୍ଶକ ଆଶା ବାନ୍ଧି ବସିଛନ୍ତି ।