ଓଡ଼ିଆ ୱେବ ସିରିଜ 'ଗ୍ୟାଙ୍ଗସ୍ ଅଫ୍ ପୁରୀ'ର ଲୋକପ୍ରିୟତା ପରେ ଏହାର ସିକ୍ୱେଲ 'ଗ୍ୟାଙ୍ଗସ୍ ଅଫ୍ ପୁରୀ ସିଜନ-୨' ର ଏବେ ରିଲିଜ ଅପେକ୍ଷାରେ। ଏବେ ଏହାର ଟ୍ରେଲର ରିଲିଜ ହୋଇଛି। ସସ୍ପେନସ ଥ୍ରୀଲର ଭରା ପୁରୀ ସହରର ଅକୁହା କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଓଡ଼ିଆ ୱେବସିରିଜ 'ଗ୍ୟାଙ୍ଗସ୍ ଅଫ୍ ପୁରୀ ସିଜନ୍-୨' । ରିଲିଜ ହୋଇଥିବା ଟ୍ରେଲରରେ କେ. କେ, ଅମନ, ଚୌଧୁରୀ ଜୟପ୍ରକାଶ ଦାସ, ହର ରଥ, ରବି ମିଶ୍ର, ଭକ୍ତି, ଉଦିତ୍ ଗୁରୁଙ୍କ ସହ ଦୀପନ୍ବିତ ଦାସମହାପାତ୍ର, ମନମୟ ଦେ, ନିଶାନ୍ତ ମଜିଠିଆ, ଅଙ୍କିତାଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଛି।
ଟେକ୍ନୋଆର୍ଟ ପ୍ରଡକ୍ସନ୍ ଦ୍ୱାରା ନିର୍ମିତ 'ଗ୍ୟାଙ୍ଗସ୍ ଅଫ୍ ପୁରୀ ସିଜନ୍-୨' ଏପ୍ରିଲ୍ ୨୩ ତାରିଖରେ ଓଟିଟି ପ୍ଲାଟଫର୍ମ କଞ୍ଚା ଲଙ୍କାରେ ପ୍ରସାରିତ ହେବ । ଏହି ସିରିଜ ଓଡ଼ିଆ କଣ୍ଟେଣ୍ଟ୍ ଇଣ୍ଡଷ୍ଟ୍ରିରେ ପରିବର୍ତ୍ତନ ଆଣିବା ଭଳି ଏକ ଲୋମଟାଙ୍କୁରା କ୍ରାଇମ୍ ଡ୍ରାମାକୁ ସାମ୍ନାକୁ ଆସିଥିଲା । ପୁରୀର ଜଟିଳ ସାମାଜିକ-ରାଜେନୈତିକ ଦୃଶ୍ୟପଟ୍ଟର ପ୍ରାମାଣିକ ଚିତ୍ରଣ ପାଇଁ ଦର୍ଶକ ଓ ସମାଲୋଚକଙ୍କ ଠାରୁ ସମ୍ମାନ ଭାବେ ପ୍ରଶଂସା ଅର୍ଜନ କରିବା ପରେ ସିଜିନ୍ -୨ ଆସୁଛି। ପ୍ରଥମ ସିଜିନ୍ ବିପୁଳ ଭଲପାଇବା ସାଉଁଟିଥିବା ବେଳେ ଏବେ ସିଜିନ୍ ୨ ଦେଖିବାକୁ ଚାହିଁ ବସିଛନ୍ତି ଦର୍ଶକ।