ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ବିପିନ ରେଶମିୟାଙ୍କ ଦେହାନ୍ତ ହୋଇଛନ୍ତି । ଗାୟକ ତଥା ସଙ୍ଗୀତକାର ହିମେଶ ରେଶମିୟାଙ୍କ ପିତା ହେଉଛନ୍ତି ବିପିନ ରେଶମିୟା । ବୁଧବାର ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ବିପିନଙ୍କୁ ୮୭ ବର୍ଷ ହୋଇଥିଲା । ମୁମ୍ବାଇସ୍ଥିତ କୋକିଳା ବେନ୍ ହସ୍ପିଟାଲରେ ସେ ପ୍ରାଣ ହରାଇଥିବା ଜଣା ପଡ଼ିଛି ।
ହିମେଶଙ୍କ ପାରିବାରିକ ବନ୍ଧୁ ବନିତା ଥାପର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ବିପିନ ରେଶମିୟାଙ୍କର ବାର୍ଦ୍ଧକ୍ୟ ଜନିତ ସ୍ୱାସ୍ଥ୍ୟ ସମସ୍ୟା ଥିଲା । ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ । ସେଥିପାଇଁ ତାଙ୍କୁ ମୁମ୍ବାଇସ୍ଥିତ କୋକିଳା ବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ସେ ଚିକିସ୍ଚାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଆଜି ଜୁହୁଠାରେ ଥିବା ତାଙ୍କ ବାସଭବନରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହେବାର କାର୍ଯ୍ୟକ୍ରମ ରହିଛି ।
ବିପିନ ରେଶମିୟା ଟିଭି ସିରିଏଲରୁ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ସେ ବଲିଉଡରେ ପାଦ ଥାପିଥିଲେ । ଧିରେ ଧିରେ ସେ ଜଣେ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକଭାବେ ଅନେକ ପ୍ରଶଂସା ସାଉଁଟି ଥିଲେ ।
ବିପିନଙ୍କ ଦେହାନ୍ତରେ ସାରା ବଲିଉଡ୍ ଜଗତରେ ଶୋକର ଛାୟା ଖେଳି ଯାଇଛି । ସମସ୍ତ ତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ।