ଲିକ୍ ହେଲା ସାରା ଏବଂ ଆଦିତ୍ୟଙ୍କ ଭାଲେଣ୍ଟାଇନ ଡେର ପ୍ଲାନିଂ
Khabar Odisha:entertainment-odisha-will-see-love-aaj-kal-on-valentines-with-sara-ali-khan-karthik-aryan
ନୂଆଦିଲ୍ଲୀ, ଜାନୁଆରୀ ୧୮ (ଖବର ଓଡ଼ିଶା) :

ବଲିଉଡ଼ରେ କାର୍ତ୍ତିକ ଆର୍ଯ୍ୟାନ୍ ଏବଂ ସାରା ଅଲୀ ଖାନଙ୍କ ପ୍ରେମ କାହାଣୀ ଏବେ ଖୁବ୍ ଚର୍ଚ୍ଚିତ। ଏବେ ଏହି ଦୁହିଁଙ୍କ ଯୋଡିର ପ୍ରଥମ ଫିଲ୍ମ ଲଭ୍ ଆଜ କାଲ ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି। ଏବେ ଏଭଳି ଖବର ସାମ୍ନାକୁ ଆସିଛି ଯାହା ଶୁଣି ଫ୍ୟାନ୍ସମାନେ ବେଶ୍ ଖୁସୀ ଅଛନ୍ତି। 

କାର୍ତ୍ତିକ ଆର୍ଯ୍ୟାନ୍ ଘୋଷଣା କରିଛନ୍ତି ଯେ, ସେ ତାଙ୍କର ଅପକମିଂ ଫିଲ୍ମ ଲଭ୍ ଆଜକାଲ ଭାଲେଣ୍ଟାଇନ୍ ଡ଼େରେ ସାରାଙ୍କ ସହ ନଜର ଆସିବେ। ଏହି ଦୁଇ କଳାକାର ଇମତିୟାଜ ଅଲୀଙ୍କ ଫିଲ୍ମରେ କାମ କରିଛନ୍ତି। ତେବେ ଏଭଳି ଖବର ମଧ୍ୟ ଭାଇରାଲ ହେଉଛି କି, ଏହି ଦୁଇ ଯୋଡି ରିଅଲ ଲାଇଫରେ ପରସ୍ପରକୁ ଡ଼େଟିଂ କରୁଛନ୍ତି। 

କାର୍ତ୍ତିକ ମୁମ୍ବାଇରେ ତାଙ୍କ ଫିଲ୍ମର ଟ୍ରେଲର ରିଲିଜ୍ ସମୟରେ ସାରାଙ୍କ ସହ ଫିଲ୍ମ ଦେଖିବାକୁ ଯୋଜନା କରୁଛନ୍ତି ବୋଲି କହିଛନ୍ତି। କାର୍ତ୍ତିକ ତାଙ୍କର ଭାଲେଣ୍ଟାଇନ ଡେର ଏହି ଜବରଦସ୍ତ ପ୍ଲାନ ସେୟାର କରି କହିଛନ୍ତି ଯେ, ଆମେ ସାଙ୍ଗ ହୋଇ ଫିଲ୍ମ ଦେଖିବାକୁ ଯିବୁ। ଆମେ ଲଭ ଆଜକାଲ ଦେଖିବୁ। ଏହା ଏକ ଡେଟ୍ ନାଇଟ୍। ଫେବୃଆରୀ ୧୩ କିମ୍ବା ୧୪ରେ ଆମେ ମିଶି ଫିଲ୍ମ ଦେଖିବାକୁ ଯିବୁ।

Subscribe

National International State Sports Entertainment