ହାଉସଫୁଲ ୪କୁ ମାତ୍ ଦେଲା ତାମିଲ ଫିଲ୍ମ ବିଗିଲ୍, ୨୦୦ କୋଟି କ୍ଲବରେ ସାମିଲ ହେଲା ଫିଲ୍ମ
Khabar Odisha:entertainment-odisha-tamil-film-bigil-earned-200-crores-in-5-days
ନୂଆଦିଲ୍ଲୀ, ଅକ୍ଟୋବର ୩୧ (ଖବର ଓଡିଶା) :

ଦୀପାବଳିଠାରୁ ଅକ୍ଷୟ କୁମାରଙ୍କ ଫିଲ୍ମ ହାଉସଫୁଲ ୪ ଧମାଲ କରୁଛି। ଫିଲ୍ମ ୫ମ ଦିନରେ ୧୦୦ କୋଟି ବକ୍ସ ଅଫିସରେ ସାମିଲ ହୋଇଥିଲା। ତେବେ ତାମିଲର ଏକ ଫିଲ୍ମ ଅକ୍ଷୟ କୁମାରଙ୍କୁ ମାତ୍ ଦେଇଛି। ଅକ୍ଷୟ କୁମାରଙ୍କ ହାଉସଫୁଲ ୪ ଠାରୁ ଏହା ୨ଗୁଣା ଆୟ କରିଛି। ଏହି ଫିଲ୍ମ ତାମିଲ ସୁପରଷ୍ଟାର ବିଜୟଙ୍କର ବିଗିଲ୍ ରହିଛି। ତେବେ ଫିଲ୍ମଟି ୫ମ ଦିନରେ ୨୦୦ କୋଟି ବକ୍ସ ଅଫିସରେ ସାମିଲ ହୋଇ ପାରିଛି। 

ଫିଲ୍ମ ବିଶ୍ଳେଷକ ସୁମିତ କାଡେଲ ଟ୍ଵିଟ୍ କରି କହିଛନ୍ତି କି, ବିଗିଲ୍ ୫ମ ଦିନରେ ବୈଶ୍ଵିକ ସ୍ତରରେ ୨୦୩ କୋଟି ବ୍ୟବସାୟ କରିଛି। ଏଟଲୀ କୁମାରଙ୍କ ନିର୍ଦ୍ଦେଶିତ ଫିଲ୍ମ ଏବେ ଧମାଲ କରୁଛି। ଏହି ଫିଲ୍ମ ପାଖାପାଖି ୪,୨୦୦ ସ୍କ୍ରିନରେ ରିଲିଜ୍ ହୋଇଛି। ବିଗିଲ୍ ଏକ ସ୍ପୋର୍ଟସ୍ ଆକ୍ସନ ଫିଲ୍ମ। ଏଥିରେ ବିଜୟ ଉଭୟ ପିତା ଏବଂ ପୁତ୍ର ଭୂମିକାରେ ଅଛନ୍ତି। ପିତା ରୂପରେ ସେ ଏକ ଅଞ୍ଚଳର ଡନ୍ ଅଛନ୍ତି। ପୁତ୍ର ଭୂମିକାରେ ସେ ଜଣେ ମହିଳା ଫୁଟବଲ୍ କୋଚର ଅଛନ୍ତି। ତେବେ ତାମିଲ ସୁପରଷ୍ଟାର କୋଚ ଭୂମିକାରେ ଅଭିନୟ କରିବା ପାଇଁ ସ୍ଵତନ୍ତ୍ର ପ୍ରଶିକ୍ଷଣ ମଧ୍ୟ ନେଇଥିଲେ।

Subscribe

National International State Sports Entertainment