୫୬୦୦ ଟଙ୍କାର ଖାଦ୍ୟ ଖାଇଲେ, ୧ ଲକ୍ଷ ୪୦ ହଜାର ଟିପ୍ସ ଦେଲେ
Khabar Odisha:entertainment-odisha-people-laud-actor-singer-donnie-wahlberg-for-giving-₹1-4-lakh-tip-for-waitress-on-bill-5600
ନୂଆଦିଲ୍ଲୀ, ଜାନୁଆରୀ ୦୫ (ଖବର ଓଡିଶା) :

ହଲିଉଡର ଜଣାଶୁଣା ଗାୟକ ଏବଂ ଅଭିନେତା ଡୋନୀ ୱେଲବର୍ଗ କିଛି ଏଭଳି ଢଙ୍ଗରେ ନୂଆବର୍ଷ ପାଳନ କରିଛନ୍ତି ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆରେ ତାଙ୍କର ଏଭଳି ପରୋପକାରିତା ପାଇଁ ପ୍ରଶଂସାର ସୁଅ ଛୁଟିଛି। ଡୋନୀ ଏଭଳି କାମ କରିଛନ୍ତି ଯାହାକୁ ଶୁଣିଲେ ଆପଣ ମଧ୍ୟ ପ୍ରଶଂସା ନକରି ଆପଣ ରହି ପାରିବେ ନାହିଁ। ଡୋନୀ ଏକ ରେସ୍ତୋରାଂରେ ୱେଟରକୁ ୨୦୨୦ ଡଲାର ଟିପ୍ସ ଦେଇଛନ୍ତି। ଯାହାର ଭାରତୀୟ କରେନ୍ସିରେ ମୂଲ୍ୟ ୧.୪ ଲକ୍ଷ। 

ଡୋନୀଙ୍କ ପତ୍ନୀ ଜେନୀ ସୋସିଆଲ ମିଡିଆରେ ଏହାକୁ ସେୟାର କରିଛନ୍ତି। ସେ ଏହି ବିଲର ଫଟୋ ସେୟାର କରିଛନ୍ତି। ଡୋନୀ ୫୬୦୦ ବିଲରେ ଏହି ଟିପ୍ସ ଦେଇଛନ୍ତି। ତେବେ ଡୋନୀଙ୍କ ଏହି ଟିପ୍ସ ଲାଟେଷ୍ଟ ଇଣ୍ଟରନେଟ୍ ଟ୍ରେଣ୍ଡ ୨୦୨୦ ଟିପ୍ସ ଚ୍ୟାଲେଞ୍ଜର ଅଂଶ ହୋଇଛି। 

ଗାୟକ ଡୋନୀ ଏବଂ ତାଙ୍କ ପତ୍ନୀ ଜେନୀ ମିଶୀଗନର ଏକ ରେସ୍ତୋରାଂରେ ଖାଇବାକୁ ପହଁଚିଥିଲେ। ସେଟାରେ ସେ ୫୬୦୦ ଟଙ୍କାର ଖାଦ୍ୟ ଖାଇଥିଲେ ଓ ୧.୪ ଲକ୍ଷର ଟିପ୍ସ ଦେଇ ଚର୍ଚ୍ଚାକୁ ଆସିଥିଲେ। ଏହି କପୁଲ ୱେଟର ପାଇଁ ସୁନ୍ଦର ମେସେଜ ମଧ୍ୟ ଲେଖିଛନ୍ତି।

Subscribe

National International State Sports Entertainment