କଙ୍ଗନାଙ୍କ ପ୍ରଥମ ହୋମ ପ୍ରଡକ୍ସନ ଫିଲ୍ମ ଅପରାଜିତ ଅଯୋଧ୍ୟା
Khabar Odisha:entertainment-odisha-kangana-ranauts-first-home-production-aparajitha-ayodhya-based-on-ram-mandir-babri-masjid-case
ନୂଆଦିଲ୍ଲୀ, ନଭେମ୍ଵର ୨୫ (ଖବର ଓଡିଶା) :

 ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ରାମ ମନ୍ଦିର ଉପରେ ଆଧାରିତ ଅପରାଜିତ ଅଯୋଧ୍ୟା ଫିଲ୍ମ କରିବାକୁ ଯାଉଛନ୍ତି। ଏହି ଫିଲ୍ମ ରାମ ମନ୍ଦିର ଏବଂ ବାବ୍ରୀ ମସଜିଦ ଉପରେ ଆଧାରିତ ହେବ। ୮୦ ଦଶକରେ ଜନ୍ମ ନେବା ପରେ ମୁଁ ଅଯୋଧ୍ୟାର ନାମକୁ ନକାରାତ୍ମକ ଭାବରେ ଶୁଣିଛି। ଯେଉଁ ଭୂମିରେ ଜଣେ ତ୍ୟାଗୀ ରାଜା ଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ଏହା ସମ୍ପତ୍ତି ବିବାଦରେ ପରିଣତ ହେଲା। ଏହା ଭାରତୀୟ ରାଜନୀତିର ମଧ୍ୟ ଆଭିମୁଖ୍ୟ ପରିବର୍ତ୍ତନ କରିଦେଲା। ଅନ୍ତରେ ଏହା ଭାରତର ଧର୍ମନିରପେକ୍ଷ ଭାବନାକୁ ସୁଦୃଢ କରି ସମାପ୍ତ ହେଲା। 

କଙ୍ଗନା କହିଛନ୍ତି ଯେ, ଏହା ମୋର ବ୍ୟକ୍ତିଗତ ଯାତ୍ରା ସହ ଜଡିତ। ଏହା ଜଣେ ହିରୋଙ୍କର ନାସ୍ତିକରୁ ଆସ୍ତିକ ହେବାର ଯାତ୍ରା। ଏଥିପାଇଁ ମୁଁ ଏହାକୁ ମୋର ପ୍ରଡକ୍ସନ ହାଉସ ପାଇଁ ବାଛିଛି। ୨୦୧୯ ନଭେମ୍ଵର ୯ରେ ସୁପ୍ରିମକୋର୍ଟ ଅଯୋଧ୍ୟାର ରାମ ମନ୍ଦିର ଉପରେ ରାୟ ଶୁଣାଇଥିଲେ। ଏହାପରେ ରାମ ମନ୍ଦିର ନିର୍ମାଣ ପାଇଁ ରାସ୍ତା ସଫା ହୋଇଥିଲା। 

ତେବେ ଦେଖିବାକୁ ଗଲେ କଙ୍ଗନାଙ୍କ ନିକଟରେ ବହୁ ବଡ ଫିଲ୍ମ ରହିଛି। ସେ ଜୟଲଳିତାଙ୍କ ଜୀବନି ଉପରେ ଆଧାରିତ ଥଲଇବାରେ ନଜର ଆସିବେ। ଏତଦ୍ ବ୍ୟତୀତ ତାଙ୍କର ଧାକ୍କଡ ଫିଲ୍ମ ମଧ୍ୟ ପରଦାରେ ନଜର ଆସିବ।

Subscribe

National International State Sports Entertainment