ପୁଣି ଥରେ ଆଖି ମାରି ଚର୍ଚ୍ଚାରେ ପ୍ରିୟା ପ୍ରକାଶ ୱାରିଅର
Khabar Odisha:entertainment-odisha-bollywood-priya-prakash-varrier-viral-video-on-challenge-from-deepika-padukone
ନୂଆଦିଲ୍ଲୀ, ଜାନୁଆରୀ ୦୧ (ଖବର ଓଡିଶା) :

ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିଅର ପୁଣି ଥରେ ଆଖିମାରି ଚର୍ଚ୍ଚାକୁ ଆସିଛନ୍ତି। ୨୦୧୮ରେ ସେ ଏକ ଅଲଗା ଅନ୍ଦାଜରେ ଆଖିମାରି ଚର୍ଚ୍ଚାକୁ ଆସିଥିଲେ। କିନ୍ତୁ ଏଥର ତାଙ୍କୁ ଆଖିମାରିବାକୁ ଦୀପିକା ପାଦୁକୋନ ଚ୍ୟାଲେଞ୍ଜ ଦେଇଥିଲେ। ଦୀପିକା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମ ଛପାକର ଶୁଟିଂ ସମୟରେ ଆଖିପାରି ପ୍ରିୟା ପ୍ରକାଶଙ୍କୁ ଚ୍ୟାଲେଞ୍ଜ ଆକସେପ୍ଟ କରିବାକୁ କହିଥିଲେ। ଏହାର ଉତ୍ତର ପ୍ରିୟା ପ୍ରକାଶ ଅତି ସୁନ୍ଦର ଅନ୍ଦାଜରେ ଦେଇଛନ୍ତି। ସେ ଇନଷ୍ଟାଗ୍ରାମରେ ଆଖିମାରିବା ଭିଡିଓ ସେୟାର କରିଛନ୍ତି। 

ଦୀପିକା ପାଦୁକୋନଙ୍କ ଏହି ଭିଡିଓଟି ର ତୃତୀୟ ଭିଡିଓ ଥିଲା। ଏହି ଭିଡିଓରେ ପ୍ରିୟା ପ୍ରକାଶ ହାର୍ଟ ଇମୋଜି ଦେଇ ପ୍ରତିକ୍ରିୟା ଦେଇଥିଲେ। ପ୍ରିୟା ପ୍ରକାଶ ଯେଉଁ ଭିଡିଓ ସେୟାର କରିଛନ୍ତି ସେଥିରେ ସେ ଏକ କଳା ରଙ୍ଗର ଡ୍ରେସ୍ ପିନ୍ଧିଛନ୍ତି। ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Subscribe

National International State Sports Entertainment