“ମଲଙ୍ଗ”ର ପୋଷ୍ଟର ରିଲିଜ୍, ନଜର ଆସିଲା ଦିଶାଙ୍କ ଗ୍ଲାମର ଏବଂ ଆଦିତ୍ୟଙ୍କ ପାଗଲପନ୍
Khabar Odisha:entertainment-odisha-aditya-roy-kapurs-first-look-from-movie-malang-malang-trailer-will-release-on-january-6
ନୂଆଦିଲ୍ଲୀ, ଜାନୁଆରୀ ୦୩ (ଖବର ଓଡ଼ିଶା) :

ବଲିଉଡ ଲଭରମାନଙ୍କୁ ମଲ୍ଟିଷ୍ଟାରର ଫିଲ୍ମ ମଲଙ୍ଗର ଅପେକ୍ଷା ଥିଲା। ଫିଲ୍ମନିର୍ମାତାମାନେ ଦର୍ଶକଙ୍କ ଏହି ଅପେକ୍ଷାର ଅନ୍ତ ଘଟାଇଛନ୍ତି। ଫିଲ୍ମ ମଲଙ୍ଗର ଦୁଇଟି ପୋଷ୍ଟର ରିଲିଜ୍ ହୋଇଛି। ଏଥିରୁ ଏକ ପୋଷ୍ଟରରେ ଆଦିତ୍ୟ ରାୟ କାପୁରଙ୍କ ଫଟୋ ରହିଛି ଏବଂ ଅନ୍ୟଟିରେ ଦିଶା ପଟାନୀଙ୍କ ଫଟୋ ରହିଛି। ଏହି ଦୁଇ ପୋଷ୍ଟର ଦମଦାର ରହିଛି। ପୋଷ୍ଟର ରିଲିଜ୍ ହେଉ ହେଉ ସୋସିଆଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି। 

ରିଲିଜ୍ ହୋଇଥିବା ପୋଷ୍ଟରରେ ଆଦିତ୍ୟଙ୍କର ସିକ୍ସ୍ ପ୍ୟାକ୍ ରହିଛି। ଆଦିତ୍ୟ ଏଠାରେ ରାଗିଥିବା ଭଳି ଦେଖାଯାଉଛନ୍ତି। ଏହି ପୋଷ୍ଟରରେ ଲେଖା ହୋଇଛି ଯେ, ପାଗଲପନ ଶୁରୁ, ପୋଷ୍ଟରକୁ ସେୟାର କରି ଆଦିତ୍ୟ ଲେଖିଛନ୍ତି ଯେ, ପ୍ୟାର ଜିତନା ପବିତ୍ର ହୈ ଉତନୀ ନଫରତ ଭି। 

ଦିଶାଙ୍କ ଲୁକ୍ ବିଷୟରେ କହିବାକୁ ଗଲେ ସେ ଗ୍ଲାମରିଅସ୍ ଦେଖାଯାଉଛନ୍ତି। ଫିଲ୍ମରେ ସେ ଆଦିତ୍ୟଙ୍କ ଅପଜିଟ୍ ରୋଲରେ ନଜର ଆସିବେ। ଦିଶା ଏହି ପୋଷ୍ଟର ସେୟାର କରି କ୍ୟାପ୍ସନ ଲେଖିଛନ୍ତି ଯେ, ପ୍ୟାର ମେ ଏକ ସେ ଦୁସରେ କେ ଜୀବନ କୋ ଜିନା ହୈ। 

ତେବେ ଫିଲ୍ମର ଟ୍ରେଲର ଜାନୁଆରୀ ୬ରେ ରିଲିଜ୍ ହେବ। ଏହି ଫିଲ୍ମରେ ଅଭିନେତା ଅନିଲ କପୁର, ଆଦିତ୍ୟ ରାୟ କପୁର, ଦିଶା ପଟାନୀ, କୁନାଲ ଖେମୁ ନଜର ଆସିବେ। ଗୋଆ ଏବଂ ମରିସସରେ ଏହି ଫିଲ୍ମର ବହୁ ସିନ୍ ସୁଟିଂ ହୋଇଛି। ଫିଲ୍ମ ମଲଙ୍ଗ ଭାଲେଣ୍ଟାଇନ ସପ୍ତାହ ଫେବୃଆରୀ ୭ ୨୦୨୦ରେ ରିଲିଜ୍ ହରବ।

Subscribe

National International State Sports Entertainment