ନୂଆଦିଲ୍ଲୀ: ବଲିଉଡ଼ରେ ଖିଲାଡ଼ି କୁମାର ନାମରେ ପରିଚିତ ଅକ୍ଷୟ କୁମାରଙ୍କ ଆଜି ହେଉଛି ଜନ୍ମ ଦିନ । ୫୯ ବର୍ଷ ବୟସରେ ପାଦ ଥାପିଛନ୍ତି ଅକ୍ଷୟ । ଏହି ବିଶେଷ ଦିନରେ ପରିବାରଠାରୁ ଆରମ୍ଭ କରି ପ୍ରଶଂସକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅକ୍ଷୟ କୁମାର ।
ବଲିଉଡ଼ରେ ଆକ୍ସନ ହିରୋ ନାମରେ ପରିଚିତ ଅକ୍ଷୟ କୁମାର ସବୁଠାରୁ ଫିଟ୍ ଅଭିନେତା । ଆଜି ସେ ୫୮ତମ ଜନ୍ମ ଦିବସ ପାଳନ କରୁଛନ୍ତି । ତଥାପି ତାଙ୍କ ଚେହେରାରେ ବୟସର ଛାପ ପଡ଼ି ନାହିଁ । ଅକ୍ଷୟ ସବୁବେଳେ ନିଜର ଫିଟନେସ୍ ପାଇଁ ଖୁବ୍ ଚର୍ଚ୍ଚାରେ ଥାଆନ୍ତି । ସେ ଅନେକ ସାକ୍ଷାତକାରରେ ତାଙ୍କର ଫିଟନେସ୍ କଥା କହିଥାଆନ୍ତି । ସ୍ୱାସ୍ଥ୍ୟକୁ ନେଇ ସେ ସବୁବେଳେ ସତର୍କ ରୁହନ୍ତି । ସବୁବେଳେ ବ୍ୟାୟାମ କରିବା ସହିତ ସନ୍ତୁଳିତ ଖାଦ୍ୟ ଖାଇବା ଏବଂ ସଠିକ୍ ସମୟରେ ଶୋଇବା ସହ ଉଠିବା ଉପରେ ସେ ସବୁବେଳେ ଗୁରୁତ୍ୱ ଦେଇଥାଆନ୍ତି । ସେ କେବେବି କୌଣସି ଲେଟ୍ ନାଇଟ୍ ପାର୍ଟିରେ ଯିବାକୁ ପସନ୍ଦ କରନ୍ତି ନାହିଁ । ଏମିତି କି ନିଶା ଦ୍ରବ୍ୟଠାରୁ ମଧ୍ୟ ଅକ୍ଷୟ ନିଜକୁ ଦୂରେଇ ରଖିଛନ୍ତି ।
ଆଜି ଜନ୍ମ ଦିନରେ ଅକ୍ଷୟ ସୋସିଆଲ ମିଡ଼ିଆରେ ଏକ ଭାବବିହ୍ୱଳ ପୋଷ୍ଟ କରିଛନ୍ତି । ୫୮ ବର୍ଷର ଜୀବନ ଯାତ୍ରାରେ ସେ ୩୪ ବର୍ଷ ବଲିଉଡରେ ବିତାଇଛନ୍ତି । ୧୫୦ରୁ ଉର୍ଦ୍ଧ୍ୱ ଚଳଚ୍ଚିତ୍ର ଅଭିନୟ କରିଛନ୍ତି । ସେଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତାଙ୍କୁ ଯିଏ ଫିଲ୍ମରେ କାମ କରିବାକୁ ସୁଯୋଗ ଦେଇଛନ୍ତି, ଯିଏ ଫିଲ୍ମ ପାଇଁ ଦସ୍ତଖତ କରାଇଛନ୍ତି, ଯିଏ ନିର୍ଦ୍ଦେଶନା ଦେଇଛନ୍ତି , ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ଅକ୍ଷୟ ।
ଅକ୍ଷୟ ୧୯୬୭ ମସିହା ସେପ୍ଟେମ୍ବର ୯ ତାରିଖରେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ । ଆରମ୍ଭରୁ ସେ ଖେଳକୁଦ ପ୍ରତି ତାଙ୍କର ବେଶ ରୁଚି ରହିଥିଲା । ପାଠ ପଢ଼ା ପରେ ସେ ବ୍ୟାଙ୍ଗକକରେ ମାର୍ସଲ୍ ଆର୍ଟ ଟ୍ରେନିଂ ମଧ୍ୟ ନେଇଛନ୍ତି । ସେଠାରେ ସେ ହୋଟଲେରେ ରୋଷେୟା ଭାବେ ମଧ୍ୟ କାମ କରିଛନ୍ତି । ଭାରତ ଫେରିବା ପରେ ଏକ ହୋଟେଲ ମଧ୍ୟ କାମ କରିଛନ୍ତି । ପରବର୍ତ୍ତୀ ସମୟରେ ମଡେଲିଂ ଦୁନିଆକୁ ଆସିଥିଲେ । ୧୯୯୧ ମସିହାରେ ‘ସୌଗନ୍ଧ’ ଚଳଚ୍ଚିତ୍ର ଜରିଆରେ ବଲିଉଡରେ ପାଦ ଥାପିଥିଲେ । କିନ୍ତୁ ‘ଖିଲାଡ଼ୀ’ ଚଳଚ୍ଚିତ୍ର ତାଙ୍କୁ ପରିଚୟ ଦେଇଥିଲା । ସେଥିପାଇଁ ସେ ଖିଲାଡ଼ୀ କୁମାର ନାମରେ ପରିଚିତ ହୋଇଛନ୍ତି । ‘ମୋହରା’, ‘ଜାନୱାର୍’, ‘ଧଡ଼କନ୍’, ‘ନମସ୍ତେ ଲଣ୍ଡନ’, ‘ହେରା ଫେରି’, ‘ମୁଜସେ ଶାଦୀ କରୋଗି’, ‘ଫିର୍ ହେରା ଫେରି’, ‘ଭୁଲ୍ ଭୁଲୈୟା’, ‘ରାଉଡ଼ି ରାଠୋର୍’, ‘ଜଲି ଏଲ୍ଏଲବି’, ‘ଟଏଲେଟ୍ ଏକ ପ୍ରେମ୍ କଥା’, ‘ପ୍ୟାଡ୍ ମ୍ୟାନ୍’, ‘କେଶରୀ’, ‘ମିଶନ୍ ମଙ୍ଗଲ୍’ ଭଳି ଅନେକ ହିଟ୍ ସିନେମା ସେ ଭେଟି ଦେଇଛନ୍ତି ।