ଗୁଡ୍ ନ୍ୟୁଜର ଟ୍ରେଲର ଦେଖି କ୍ରେଜି ହେଲେ ଅମିର ଖାନ, ଟ୍ଵିଟ କରି କଲେ ପ୍ରଶଂସା
Khabar Odisha:entertainment-odisha-aamir-khan-reaction-to-akshay-kumar-and-kareena-kapoors-good-newwz-trailer
ନୂଆଦିଲ୍ଲୀ, ନଭେମ୍ଵର ୨୧ (ଖବର ଓଡିଶା) :

ଅକ୍ଷୟ କୁମାର ଏବଂ କରୀନା କପୁର କାନଙ୍କ ଆଗାମୀ ଫିଲ୍ମ ଗୁଡ ନ୍ୟୁଜର ଟ୍ରେଲର ରିଲିଜ୍ ହୋଇଛି। ଦର୍ଶକଙ୍କ ଠାରୁ ନେଇ ଫିଲ୍ମ ସମୀକ୍ଷକମାନେ ଏହାକୁ ଭଲ ପ୍ରତିକ୍ରିୟା ଦେଇଛନ୍ତି। ଏବେ ବଲିଉଡର ମିଷ୍ଟର ପରଫେକସନିଷ୍ଟ ଅମିର ଖାନ ଅକ୍ଷୟ କୁମାରଙ୍କୁ ଟ୍ରେଲର ଦେଖି ମଜାଦାର କମେଣ୍ଟ ଦେଇଛନ୍ତି। 

ଗୁଡ ନ୍ୟୁଜର ଟ୍ରେଲର ଦେଖି ଅମିର ଖାନ ଟ୍ଵିଟରରେ ଲେଖିଛନ୍ତି ଯେ, ଫିଲ୍ମର ଟ୍ରେଲର ମଜାଦାର ରହିଛି। ଏହାକୁ ଦେଖିବା ପରେ ମୁଁ ହସ ଉପରେ ନିୟନ୍ତ୍ରଣ କରିପାରିଲି ନାହିଁ। ମୋତେ ଏହି ଟ୍ରେଲର ଖୁବ୍ ପସନ୍ଦ ଆସିଛି। ଏହା ସହ ଫିଲ୍ମର ଟ୍ରେଲରର ଲିଙ୍କ ସେୟାର କରିଛନ୍ତି। 

ଅମିରଙ୍କ ଠାରୁ ନିଜ ଫିଲ୍ମକୁ ନେଇ ପ୍ରଶଂସା ଶୁଣିବା ପରେ ଅକ୍ଷୟ ମଧ୍ୟ ତାଙ୍କୁ ପ୍ରତିକ୍ରିୟା ଦେଇଛନ୍ତି। ଅକ୍ଷୟ ଧନ୍ୟବାଦ ଜ୍ଞାପନ କରି ଲେଖିଛନ୍ତି ଯେ, ଧନ୍ୟବାଦ ଅମିର, ମୁଁ ତୁମକୁ ହସାଇ ପାରିଲି ଏଥିପାଇଁ ମୁଁ ଖୁସୀ ଅନୁଭବ କରୁଛି। ତେବେ ଏହି ଫିଲ୍ମ ଡିସେମ୍ଵର ୨୭ରେ ରିଲିଜ ହେବାକୁ ଯାଉଛି। ଏଥିରେ ଅକ୍ଷୟ କୁମାରଙ୍କ ବ୍ୟତୀତ ମୁଖ୍ୟ ଭୂମିକାରେ କରୀନା କପୁର, କିୟାରା ଆଡଭାଣୀ ମଧ୍ୟ ନଜର ଆସିବେ।

Subscribe

National International State Sports Entertainment