ଧୁମ ମଚାଉଛି ଫିଲ୍ମ 'ସୂର୍ଯ୍ୟବଂଶୀ'ର ଟ୍ରେଲର, ଦେଖନ୍ତୁ ଅକ୍ଷୟ କୁମାରଙ୍କ ଦମଦାର ଆକ୍ସନ୍‌
Khabar Odisha:entertainment-bollywood-sooryavanshi-official-trailer-rohit-shetty-film-akshay-kumar-katrina-kaif
ମୁମ୍ବାଇ, ମାର୍ଚ୍ଚ ୦୨ (ଖବର ଓଡ଼ିଶା):

ବହୁ ପ୍ରତୀକ୍ଷିତ ଫିଲ୍ମ 'ସୂର୍ଯ୍ୟବଂଶୀ'ର ଟ୍ରେଲର୍ ରିଲିଜ୍ ହୋଇଯାଇଛି । ଫିଲ୍ମର ଟ୍ରେଲର୍‌କୁ ଦର୍ଶକଙ୍କ ଭଲ ରେସପନ୍ସ ମିଳୁଛି। ଟ୍ରେଲର୍‌ରେ ଅକ୍ଷୟ କୁମାର, ରଣବୀର ସିଂହ ଓ ଅଜୟ ଦେବଗନ୍‌ଙ୍କୁ ନଜରକୁ ଆସିଛନ୍ତି । ଏହି ଫିଲ୍ମଟି ବ୍ଲକବଷ୍ଟର ହେବ ଓ ୩୦୦ କୋଟିରୁ ଅଧିକ ଆୟ କରିବ ବୋଲି ଦର୍ଶକ କହୁଛନ୍ତି।

ରୋହିତ୍ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଫିଲ୍ମ 'ସୂର୍ଯ୍ୟବଂଶୀ'ରେ ସିଙ୍ଘମ ଓ ସିମ୍ବାର ତଡ଼କା ମଧ୍ୟ ରହିଛି ।  ପୋଲିସ ସିରିଜ୍‌ର ଏହି ଫିଲ୍ମରେ ଅକ୍ଷୟ ପୋଲିସ ଅଫିସର୍ ଭୂମିକାରେ ନଜର ଆସିଛନ୍ତି। ଏହା ସହ ରଣବୀର ସିଂହ ଓ ଅଜୟ ଦେବଗନ୍‌ଙ୍କୁ ନଜରକୁ ଆସିଛନ୍ତି । ଏହି ଫିଲ୍ମରେ ପୁଣି ଥରେ ଅକ୍ଷୟ ଓ କ୍ୟାଟ୍ରିନାଙ୍କ ଯୋଡ଼ି ଦେଖିବାକୁ ମିଳିଛି । ଟ୍ରେଲରରେ ଅକ୍ଷୟ କୁମାର ହେଲିକପ୍ଟର୍‌ରେ ଧମାକାଦାର୍ ଏଣ୍ଟ୍ରି କରୁଛନ୍ତି । ଅକ୍ଷୟ ମୁମ୍ବାଇ ଆତଙ୍କବାଦୀ ହମଲା ଉପରେ କାମ କରିବାକୁ ଆସିଛନ୍ତି । ଫିଲ୍ମରେ ଜବରଦସ୍ତ ଆକ୍ସନ୍ ଓ ରୋମାନ୍ସ ଦେଖିବାକୁ ମିଳିଛି। ଟ୍ରେଲର୍‌ର ଶେଷ ଆଡ଼କୁ ରଣବୀର ସିଂହ ଓ ଅଜୟ ଦେବଗନ୍‌ଙ୍କର ମଧ୍ୟ ଜବରଦସ୍ତ ଏଣ୍ଟ୍ରି ହୋଇଛି। ଦର୍ଶକ 'ସୂର୍ଯ୍ୟବଂଶୀ' ଟ୍ରେଲର୍‌କୁ ବେଶ୍ ପସନ୍ଦ କରୁଛନ୍ତି । 

'ସୂର୍ଯ୍ୟବଂଶୀ' ଷ୍ଟାର ନିର୍ଦ୍ଦେଶକ ରୋହିତ୍ ଶେଟ୍ଟୀଙ୍କ କୋପ୍ ( ପୋଲିସ) ସିରିଜ୍‌ର ଚତୁର୍ଥ ଫିଲ୍ମ। ଏହା ପୂର୍ବରୁ ଏହି ସିରିଜ୍‌ର ଫିଲ୍ମ 'ସିଙ୍ଘମ' ଓ 'ସିଙ୍ଘମ ରିଟର୍ନସ୍'ରେ ଅଜୟ ଦେବ୍‌ଗନ ଓ ତୃତୀୟ ଫିଲ୍ମ 'ସିମ୍ବା'ରେ ରଣବୀର ସିଂହ ଅଭିନୟ କରିଥିଲେ। ତେବେ ଏହି ସିରିଜ୍‌ରେ ଅକ୍ଷୟଙ୍କ ଏଣ୍ଟ୍ରି ପ୍ରଥମ ଥର ପାଇଁ ହୋଇଛି। 'ସୂର୍ଯ୍ୟବଂଶୀ' ଫିଲ୍ମରେ ଅକ୍ଷୟ , ଅଜୟ ଓ ରଣବୀରଙ୍କ ମଧ୍ୟ ମୁଖ୍ୟ ଭୂମିକା ରହିଛି। 'ସୂର‌୍ୟ୍ୟବଂଶୀ' ଟ୍ରେଲରଟି ୪ମିନିଟର ରହିଛି । 'ସୂର୍ଯ୍ୟବଂଶୀ'ଫିଲ୍ମରେ ଜ୍ୟାକି ଶ୍ରଫ୍, ଜାଭେଦ ଜାଫ୍ରି, ଗୁଲଶନ୍ ଗ୍ରୋଭର ଓ ସିକନ୍ଦର ଖେର୍ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

  • Tags:

Subscribe

National International State Sports Entertainment