କ୍ରିସମାସରେ ୪ଟି ଭାଷାରେ ଆପଣଙ୍କ ପାଖକୁ ଆସୁଛନ୍ତି ଚୁଲବୁଲ ପାଣ୍ଡେ
Khabar Odisha:entertainment-bollywood-odisha-salman-khan-reveles-dabangg-3-will-release-in-4-languages
ନୂଆଦିଲ୍ଲୀ, ଅଗଷ୍ଟ ୨୧ (ଖବର ଓଡିଶା) :

 ସଲମାନ ଖାନଙ୍କ ଅପକମିଙ୍ଗ୍ ଫିଲ୍ମ ଦବଙ୍ଗ ୩ର ରିଲିଜ ଡେଟ୍ ଧାର୍ଯ୍ୟ ହୋଇ ସାରିଛି । ଡିସେମ୍ବର ୨୦ରେ ଏହି ଫିଲ୍ମ ରିଲିଜ ହେବାକୁ ଯାଉଛି । ତେବେ ସଲମାନଙ୍କ ଏହି ଫିଲ୍ମ କ୍ରିସମାସ୍ ଅବସରରେ ରିଲିଜ ହେବାର ଅଟକଳ କରାଯାଉଥିଲା । ଏବେ ସଲମାନ ଟ୍ୱିଟ୍ କରି ଫିଲ୍ମର ରିଲିଜ ହେବା ନେଇ ସ୍ଫଷ୍ଟ କରାଇଛନ୍ତି । 

ସଲମାନଙ୍କ ଦବଙ୍ଗ ୩ ଚାରୋଟି ଭାଷାରେ ରିଲିଜ ହେବାକୁ ଯାଉଛି । ପ୍ରଭୂଦେବା ଏଥିରେ ନିର୍ଦ୍ଦେଶନା ଦେଇଛନ୍ତି । ସଲମାନ ଖାନ ଓ ଅରବାଜ ଖାନଙ୍କ ପ୍ରଡକ୍ସନ ହାଉସ୍ ଏହାକୁ ପ୍ରଡ୍ୟୁସ୍ କରିବାକୁ ଯାଉଛନ୍ତି । ୨୦୧୨ରେ ଆସିଥିବା ଦବଙ୍ଗର ଏହା ସିକବଲ । ତେବେ ହିନ୍ଦୀ ବ୍ୟତୀତ ଏହି ଫିଲ୍ମ ତେଲୁଗୁ, ତାମିଲ, କନ୍ନଡ ଭାଷାରେ ରିଲିଜ ହେବ । ସଲମାନ ଆଜି ପ୍ରଭୂଦେବାଙ୍କ ସହ ଏକ ଫଟୋ ସେୟାର କରି ଲେଖିଛନ୍ତି କି, ଚୁଲବୁଲ ପାଣ୍ଡେ ଡିସେମ୍ବର ୨୦ରେ ହିନ୍ଦୀ, କନ୍ନଡ, ତାମିଲ ଏବଂ ତେଲଗୁ ଭାଷାରେ ଆପଣଙ୍କ ପାଖକୁ ଆସୁଛି । 

ଏହି ଫିଲ୍ମରେ ସଲମାନ ଖାନଙ୍କ ସହିତ ପୁଣି ଥରେ ରଜୋ ଭୂମିକାରେ ସୋନାକ୍ଷୀ ସିହ୍ନା ନଜର ଆସିବେ । ଏତଦ୍ ବ୍ୟତୀତ ଅରବାଜ ଖାନ, ମାହି ଗିଲ, ପଙ୍କଲ ତ୍ରିପାଠୀ, ମହେଶ ମାଂଝରେକର, ଭଳି କଳାକାର ନଜର ଆସିବେ । ତେବେ ଏହି ଫିଲ୍ମ ମାଧ୍ୟମରେ ଅଭିନେତା ମହେଶ ମାଂଝରେକରଙ୍କ ଝିଅ ସାଈ ବଲିଉଡରେ ପାଦ ଥାପିବାକୁ ଯାଉଛନ୍ତି । 

Subscribe

National International State Sports Entertainment