ଜେଏନୟୁ ହିଂସା ଉପରେ ଛାଇଗଲା ଅଜୟଙ୍କ ଟ୍ଵିଟ୍, ଲୋକ କହିଲେ- ‘ତାନାଜୀ’ ଅଲ ଟାଇମ ବ୍ଲକବଷ୍ଟର ହେବ
Khabar Odisha:entertainment-bollywood-ajay-devgns-tweet-on-jnu-violence-people-said-tanaji-will-be-an-all-time-blockbuster
ନୂଆଦିଲ୍ଲୀ, ଜାନୁଆରୀ୧୧(ଖବର ଓଡ଼ିଶା):

ବଲିଉଡ଼ର ବରିଷ୍ଠ ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ‘ତାନାଜୀ: ଦ ଅନସଙ୍ଗ ଓ୍ଵାରିୟର’ ଶୁକ୍ରବାର ପରଦାକୁ ଆସିଛି। ଠିକ୍ ଏହି ଦିନ ଅଭିନେତା ଅଜୟ ଦେବଗନ ଜବାହାରଲାଲ ନେହରୁ ବିଶ୍ଵ ବିଦ୍ୟାଳୟ(ଜେଏନଏୟୁ)ରେ ଘଟିଥିବା ହିଂସା ଉପରେ ନିଜର ନିରବତା ଭାଙ୍ଗିଛନ୍ତି। ଅଜୟ ଟ୍ଵିଟ୍ କରିଛନ୍ତି ଯେ, ମୁଁ ସର୍ବଦା ଏହା ସୁନିଶ୍ଚିତ କରିଛି ଯେ, ଆମକୁ କୌଣସି ବି ମାମଲାରେ ଉଚିତ୍ ତଥ୍ୟ ସାମ୍ନାକୁ ନଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ୍। ମୁଁ ସମସ୍ତଙ୍କୁ ଅପିଲ କରୁଛି ଯେ, ଶାନ୍ତି ଓ ଭାଇଚାରାର ଭାବନାକୁ ଆଗକୁ ବଢ଼ାନ୍ତୁ। 

ଅଜୟଙ୍କ ଏହି ଟ୍ଵିଟ୍ ପରେ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ ଆସିବା ଆରମ୍ଭ ହୋଇ ଯାଇଛି। ଜଣେ ଲେଖିଛନ୍ତି ଯେ, ସିଙ୍ଘମ କମ କୁହନ୍ତି ଏବଂ ଯେବେ କୁହନ୍ତି ତାହା ସିଙ୍ଘମଙ୍କ ବ୍ୟକ୍ତିତ୍ଵରେ ଝଲକି ଉଠେ। ଆଉ ଜଣେ ଲେଖିଛନ୍ତି ଯେ, ଏବେ ମୁଁ ରବିବାର ଆପଣଙ୍କ ଫିଲ୍ମ ଦେଖିବାକୁ ଯିବି, ଧନ୍ୟବାଦ। ଆଉ ଜଣେ ୟୁଜର ଲେଖିଛନ୍ତି ଆପଣ ଠିକ୍ କହିଛନ୍ତି। ତାନାଜୀ ଅଲ ଟାଇମ ବ୍ଲକ ବଷ୍ଟର ହେବ। ଉଲ୍ଲେଖନୀୟ, ଜାନୁଆରୀ ୫ରେ ଅନେକ ମୁଖାଧାରୀ ତୁର୍ବୃତ୍ତ ଜେଏନୟୁ ପରିସରରେ ପଶି ବିଦ୍ୟାର୍ଥୀ ଓ ଶିକ୍ଷକଙ୍କୁ ମାଡ଼ ମାରିଥିଲେ। 

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଦୁଇଟି ଫିଲ୍ମ  ଅଜୟ ଦେବଗନଙ୍କ ଅଭିନିତ ତାନାଜୀ ଓ ଦୀପିକା ପାଦୁକୋନଙ୍କ ଫିଲ୍ମ ଛପାକ ରିଲିଜ୍ ହୋଇଛି। ଜେଏନୟୁ ପ୍ରସଙ୍ଗରେ ଦୀପିକା ପାଦୁକୋନ ବାମପନ୍ଥୀ ଛାତ୍ରଙ୍କ ଆନ୍ଦୋଳନକୁ ସମର୍ଥନ କରିବାରୁ ତାଙ୍କ ଫିଲ୍ମକୁ ଅନେକ ବର୍ଗ ପସନ୍ଦ କରି ନାହାନ୍ତି।

Subscribe

National International State Sports Entertainment