ଏକ ବିପଦପୂର୍ଣ୍ଣ ଷ୍ଟଣ୍ଟ ପ୍ରଦର୍ଶନ ଅଭିଯୋଗରେ ବଲିଉଡ ଆକ୍ସନ୍ ଷ୍ଟାର ବିଦ୍ୟୁତ ଜାମୱାଲଙ୍କୁ ଶନିବାର ରେଳ ପୋଲିସ ଗିରଫ କରିଥିଲା। ରେଲୱେ ପ୍ରୋଟେକ୍ସନ୍ ଫୋର୍ସ (ଆରପିଏଫ୍) ର ବାନ୍ଦ୍ରା କାର୍ଯ୍ୟାଳୟରେ ଜାମୱାଲଙ୍କ ଏକ ଚିତ୍ର ହେଲୋ ମୁମ୍ବାଇ ନ୍ୟୁଜ୍ ଡଟ୍ କମ୍ରେ ଦେଖା ଦେଇଛି, ଯେଉଁଥିରେ ସେ ପୋଲିସ ଷ୍ଟେସନରେ ବସିଥିବାର ନଜର ଆସିଛନ୍ତି ।
ରିପୋର୍ଟ ଅନୁଯାୟୀ, ଆରପିଏଫ୍ କାର୍ଯ୍ୟାଳୟ ବାନ୍ଦ୍ରା ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୧ରେ ଅବସ୍ଥିତ। ବର୍ତ୍ତମାନ ସେ ରେଳବାଇ ପୋଲିସର ହେପାଜତରେ ଅଛନ୍ତି । ବିପଦପୂର୍ଣ୍ଣ ଷ୍ଟଣ୍ଟ କରିଥିବା ଅଭିଯୋଗରେ ଅଭିନେତାଙ୍କୁ ଅଟକ ରଖାଯାଇଥିଲା, କିନ୍ତୁ ଏପର୍ଯ୍ୟନ୍ତ ଅଭିଯୋଗର କୌଣସି ଅଫିସିଆଲ ଘୋଷଣା କରାଯାଇ ନାହିଁ। ତେବେ ଏହାକୁ ଅଭିନେତାଙ୍କ ପାଖରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳି ନାହିଁ ।