ଅନୁପମ ଖର୍ ବଲିଉଡ ଷ୍ଟାରଙ୍କ ମୁମ୍ବାଇ ସ୍ଥିତ ଅଫିସରୁ ଚୋରି ହୋଇଛି । ନିଜ ସୋସିଆଲ ମିଡିଆ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଜଣାଇଛନ୍ତି । ଅନୁପମ୍ କହିଛନ୍ତି ବୁଧବାର ତାଙ୍କ ଅଫିସରୁ ଚୋରି ହୋଇଥିବା ଖବର ସେ ଜାଣିବାକୁ ପାଇଥିଲେ। ଚୋରମାନେ ନଗଦ ୪ଲକ୍ଷ ଟଙ୍କା ସହିତ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ଥିବା ଏକ ବ୍ୟାଗକୁ ଚୋରି କରିନେଇଛନ୍ତି। ଅନୁପମ ତାଙ୍କ ପ୍ରଡକସନରେ ନିର୍ମାଣ କରୁଥିବା ଫିଲ୍ମ ‘ମେନେ ଗାନ୍ଧୀ କୋ ନେହିଁ ମାରା’ କାଗଜପତ୍ର ରଖିଥିବା ବ୍ୟାଗ ଚୋରି ହୋଇଥିବା କହିଛନ୍ତି। ଚୋରି ନେଇ ପୁଲିସକୁ ଖବର ଦେବା ପରେ ଘଟଣାର ଯାଞ୍ଚ କରୁଛି ମୁମ୍ବଇ ପୁଲିସ। କାର୍ଯ୍ୟାଳୟଟି ପୁରୁଣା ବିଲ୍ଡରେ ହୋଇଥିବାରୁ ସେଠାରେ ଥିବା ସିସିଟିଭିକୁ ଯାଞ୍ଚ କରି ତଦନ୍ତ କରୁଛି ପୁଲିସ।