ଫ୍ୟାନ୍ସଙ୍କ ଅପେକ୍ଷାର ଶେଷ, ଘୋଷଣା ହେଲା ବିଗ୍‌ବସ୍ ପ୍ରିମିୟରର ତାରିଖ
Khabar Odisha:The-end-of-Big-Bosss-premiere-has-been-announced
ମୁମ୍ବାଇ, ସେପ୍ଟେମ୍ବର ୧୯(ଖବର ଓଡିଶା):

ବଗ୍‌ବସ୍‌ର ଫ୍ୟାନ୍ସଙ୍କ ଅପେକ୍ଷାର ଅନ୍ତଃ ହୋଇଛି । ଘୋଷଣା ହୋଇଛି ଶୋର ପ୍ରସାରଣ ତାରିଖ । ଗତ କିଛି ଦିନ ହେଲା ବିଗ୍‌ବସ୍ ସିଜନ୍ ୧୫ ବିଷୟରେ ଏକ ଜବରଦସ୍ତ ଖବର ଶୁଣିବାକୁ ମିଳୁଥିଲା । ଶୋର ଅନେକ ପ୍ରୋମୋ ସାମ୍ନାକୁ ଆସିଛି । ଯେଉଁ ପ୍ରୋମୋରେ ସଲମାନ ଖାନ ହୋଷ୍ଟ ଭାବରେ ଥିବା ବେଳେ ରେଖାଙ୍କ ଭଏସ୍ ମଧ୍ୟ ଶୁଣିବାକୁ ମିଳିଥିଲା । ତେବେ ଶୋର ତାରିଖ ଏବଂ ସମୟ ନୂଆ ପ୍ରୋମୋରେ ପ୍ରକାଶ ପାଇଛି । 

ଏନେଇ ନିର୍ମାତାମାନେ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସଲମାନ ଖାନ ସିଜିନର୍ ମୁଖ୍ୟ ଆକର୍ଷଣକୁ ଆକୃଷ୍ଟ କରିଛନ୍ତି । ଏହାସହିତ ଶେଷରେ କୁହାଯାଇଛି ବିଗ୍‌ବସ୍ ୧୫ ଆସନ୍ତା ଅକ୍ଟୋବର ୨ରୁ ଆରମ୍ଭ ହେବ । ଶନିବାର ଓ ରବିବାର ୯.୩୦ରେ ଏବଂ ସୋମବାର ଠାରୁ ଶୁକ୍ରବାର ଯାଏଁ ରାତି ୧୦.୩୦ ରେ କଲର୍ସରେ ଅପ୍ରସାରଣ କରାଯିବ । ଏହି ପ୍ରୋମୋର ଭିଡିଓରେ ସଲମାନ ଖାନଙ୍କୁ ଜଙ୍ଗଲରେ ଦେଖିବାକୁ ମିଳିଥିଲା । ସଲମାନ ଖାନ ମସା ରାକେଟରେ ମସାମାନଙ୍କୁ ମାରୁଥିବାର ଦେଖିବାକୁ ମିଳିବ । 

ଏହାସହିତ ଭିଡିଓରେ ଥିବା କ୍ୟାପସନରେ ଲେଖା ହୋଇଛି, ପ୍ରତ୍ୟେକ ସିଜିନ୍‌ରେ ଏକ ନୂଆ ମୋଡ ଆସେ, ହେଲେ ବିଗ୍‌ବସ୍ ଏହି ସିଜିନରେ ମଧ୍ୟ ସଦସ୍ୟମାନଙ୍କ ପାଇଁ ସମସ୍ୟା ଆଣିବ । ଯାତ୍ରା ତ ସେମାନଙ୍କର ହେବ, ହେଲେ ମନୋରଞ୍ଜନ ଆମର ହେବ । ତେବେ ଏହି ପ୍ରୋମୋକୁ ଦେଖି ଦର୍ଶକ ମାନେ ବେଶ ଉତ୍ସାହିତ ଥିବା ଜଣାପଡିଛି ।

  • Tags:

Subscribe

National International State Sports Entertainment