କୋରିଓଗ୍ରାଫର ଗୀତ କପୁରଙ୍କ ସିନ୍ଦୂର ପଛର ରାଜ୍, କହିଲେ କେମିତି ବିବାହ କରିବି
Khabar Odisha:The-choreographer-Geet-Kapoor-is-behind-the-red-saying-How-can-I-get-married
ନୂଆଦିଲ୍ଲୀ, ମେ ୧୯ (ଖବର ଓଡ଼ିଶା):

କୋରିଓଗ୍ରାଫର ଗୀତା କପୁର ତଥା ଗୀତା-ମାଙ୍କ ସିନ୍ଦୂର ଲଗାଇବା ନେଇ ଖୁବ୍ ଚର୍ଚ୍ଚା ହୋଇଛି । ଗୀତା ଗୋପନରେ ବିବାହ କରିଛନ୍ତି ବୋଲି ପ୍ରଶଂସକମାନଙ୍କ ମଧ୍ୟରେ ଆଲୋଚନା ଜୋର ଧରିଥିଲେ । ସେହି ଆଲୋଚନାର ଜବାବ ଦେଇଛନ୍ତି ଗୀତା ।

ଗୀତା କହିଛନ୍ତି ଯେ, ସିନ୍ଦୂର ଓ ଲାଲ ପରିଧାନ ବାସ୍ତବ କିନ୍ତୁ ସେ ବର୍ତ୍ତମାନ ବି ଅବିବାହିତ । ସେ ଯଦି ବିବାହ କରିବେ ତେବେ ସମସ୍ତଙ୍କୁ ଜଣାଇ କରିବେ । ଏବେ ସେ କିଭଳି ବିବାହ କରିପାରିବେ କାରଣ ତାଙ୍କ ମାଙ୍କର ନିକଟରେ ଦେହାନ୍ତ ହୋଇଥିଲା ।

ସେ ପିନ୍ଧିଥିଲା ଲାଲ ସିନ୍ଦୂର ଓ ଲାଲ ପରିଧାନ ହେଉଛି 'ସୁପର ଡାନ୍ସର୍ ୪'ର ସର୍ବଶେଷ ଫଟୋସୁଟ୍ । ଏହି ଏପିସୋଡ୍ ବଲିଉଡର ଏଭରଗ୍ରୀନ୍ ହିରୋଇନମାନଙ୍କ ଉପରେ ଅଛି । ଏଥିରେ ଆମକୁ ସେମାନଙ୍କ ପରି ପ୍ରସ୍ତୁତ ହେବାର ଥିଲା । ମୁଁ ରେଖାଜୀଙ୍କ ପରି ପ୍ରସ୍ତୁତ ହୋଇଥିଲି । ସେ ସିନ୍ଦୂର ଲଗାନ୍ତି,ତେଣୁ ମୁଁ ମଧ୍ୟ ସିନ୍ଦୁର ଲଗାଇଥିଲି ।

ତେବେ ଗୀତାଙ୍କ ସିନ୍ଦୂର ଲଗା ଫଟୋ ଓ ଲାଲ ପରିଧାନ ପାଇଁ ସେ ଗୋପନରେ ବିବାହ କରିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ସେ ସୁଟ୍ ପାଇଁ ରେଖାଙ୍କ ବେଶଭୂଷା ଧାରଣ କରିଥିବାରୁ ଲାଲ ପିନ୍ଧିଥିବା କହିଛନ୍ତି ।

ଗୀତା କପୁର ପ୍ରାୟତଃ ସୋ'ରେ କୁହନ୍ତି ଯେ ତାଙ୍କ ମା ତାଙ୍କୁ ଏକ ବିବାହ ବସ୍ତ୍ରରେ ଦେଖିବାକୁ ଚାହାଁନ୍ତି । ତେବେ ୧୨ ଜାନୁୟାରୀ ୨୦୨୧ରେ ଗୀତାଙ୍କ ମା ଦୁନିଆରୁ ବିଦାୟ ନେଇଥିଲେ ସୁଦ୍ଧା ଗୀତାଙ୍କ ବିବାହ ହୋଇପାରିଲାନି ।

  • Tags:

Subscribe

National International State Sports Entertainment