'ଜରା ହଟକେ ଜରା ବଚକେ' ପରେ ପୁଣି ଥରେ ଅନ୍ୟ ଏକ ପାରିବାରିକ ଚଳଚିତ୍ର ଭେଟି ଦେବାକୁ ଯାଉଛନ୍ତି ଭିକି କୌଶଲ । ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଦ ଗ୍ରେଟ ଇଣ୍ଡିଆନ ଫ୍ୟାମିଲି’ କୁ ନେଇ ବହୁତ ବ୍ୟସ୍ତ ଅଛନ୍ତି ଭିକି । ଏହାସହ ମଙ୍ଗଳବାର ଏହି ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ ହୋଇଛି। ଟ୍ରେଲର ଟି ରିଲିଜ ହେବା ପରେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଟ୍ରେଲରକୁ ଦେଖିବା ପରେ ଜଣାପଡୁଛି ଯେ ଏହା ଏକ କମେଡି ଫିଲ୍ମ, ଯେଉଁଥିରେ ଭିକି କୌଶଲ ଲୋକଙ୍କୁ ହସାଇବାରେ ବହୁତ ସଫଳ ହୋଇଛନ୍ତି। ଏହି ଫିଲ୍ମରେ ଭିକି ପ୍ରଥମେ ତ ଜଣେ ପଣ୍ଡିତ ଜି ରୋଲ ରେ ଅଭିନୟ କରୁଥିବେ ଏବଂ ଭଜନ କୀର୍ତ୍ତନ କରିବା ସହ ଗୋଟିଏ ବ୍ରାହ୍ମଣର ଜୀବନ ବଞ୍ଚୁ ଥିଲେ । ହେଲେ ଦିନେ ତାଙ୍କ ପାଖରେ ଏକ ଚିଠି ଆସିଲା ଏବଂ ତାଙ୍କ ଜୀବନ ସମ୍ପୂର୍ଣ୍ଣ ଭାବରେ ବଦଳି ଗଲା । ଏହା ପରେ ତାଙ୍କ ଜୀବନରେ କଣ କଣ ଘଟିଲା ତାହା ଜଣାଇବା ପାଇଁ ଏହି ଫିଲ୍ମଟି 22 ସେପ୍ଟେମ୍ବର ରେ ପ୍ରେକ୍ଷାଳୟ ଗୁଡ଼ିକରେ ରିଲିଜ କରାଯିବ ।
ଏହି ଫିଲ୍ମରେ ଭିକି କୌଶଲଙ୍କ ସମେତ ମନୋଜ ପାହୱା, କୁମୁଦ ମିଶ୍ର, ସାଦିଆ ସିଦ୍ଦିକି, ଅଲକା ଆମିନ, ସୃଷ୍ଟି ଦୀକ୍ଷିତ, ଭୁବନ ଆରୋରା, ଆଶୁତୋଷ ଉଜ୍ଜଲ, ଭାରତୀ ପେରୱାନୀ ମୁଖ୍ୟ ଭୂମିକାରେ ଦେଖା ଯିବେ । ଏହାସହ ପ୍ରଥମ ଥର ପାଇଁ ଭିକିଙ୍କ ସହ ମାନୁଷୀ ଚିଲ୍ଲରଙ୍କୁ ରୂପେଲି ପରଦାରେ ଦେଖା ଯିବ । ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ବିଜୟ କୃଷ୍ଣ ଆଚାର୍ଯ୍ୟଙ୍କ ।
ଫିଲ୍ମର ଟ୍ରେଲର ରିଲିଜ ହେବାପରେ ଦର୍ଶକଙ୍କ ପ୍ରତିକ୍ରିୟା ଦେଖି ଭିକି କହି ଥିଲେ ଯେ, ଏହା ଏକ ସରଳ ଏବଂ ଛୋଟ ସହରର କାହାଣୀ ଯାହା ଆପଣଙ୍କ ହୃଦୟକୁ ନିଶ୍ଚୟ ସ୍ପର୍ଶ କରିବ। ଭାରତର ହୃଦୟରେ ସ୍ଥାପିତ ହୋଇଥିବା , ଏହା ହେଉଛି ଅବିସ୍ମରଣୀୟ ବନ୍ଧନର କାହାଣୀ ଯାହା ପରିବାର ସଦସ୍ୟ ପରସ୍ପର ମଧ୍ୟରେ ଶେୟାର କରିଥାନ୍ତି । ଏହା ଦର୍ଶାଇଛି ପରିସ୍ଥିତି କିପରି ସେହି ବନ୍ଧନକୁ ଗୁରୁତର ଭାବରେ ପରୀକ୍ଷା କରିପାରିବ ଏବଂ ଏକ ଭାରତୀୟ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ମଧ୍ୟରେ ଭାବପ୍ରବଣତା କେତେ ଶକ୍ତିଶାଳୀ ।
ଅଧିକ ପଢ଼ନ୍ତୁ: ଆଜି ହେଉଛି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ