ଆଜି ହେଉଛି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ । ମୋଦୀଙ୍କ ୭୩ତମ ଜନ୍ମଦିନରେ ମୋଦୀ ଦେଶର ବିଭିନ୍ନ ସ୍ଥାନରୁ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରୁଛନ୍ତି । ଏହି ଅବସରରେ ନରେନ୍ଦ୍ର ମୋଦୀଙ୍କୁ ବଲିଉଡ ସେଲିବ୍ରିଟିମାନେ ମଧ୍ୟ ତାଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଅଭିନନ୍ଦନ ପଠାଉଛନ୍ତି । ହେମା ମାଲିନୀ,ସନ୍ନି ଦେଓଲ, କଙ୍ଗନା ରାନାୱତ, ଅନୁପମ ଖେର, ପରେଶ ରାୱଲ, ଟାଇଗର ଶ୍ରଫ ଏବଂ ରିତେଶ ଦେଶମୁଖଙ୍କ ସମେତ ଅନେକ ବଡ ତାରକା ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
କଙ୍ଗନା ନିଜ ଇନଷ୍ଟାଗ୍ରାମରେ ମୋଦୀଙ୍କୁ ଶୁଭେଚ୍ଛା ଜଣାଇ ଲେଖିଛନ୍ତି , ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଏହି ବିଶ୍ୱର ସବୁଠାରୁ ପ୍ରିୟର ଲିଡରଙ୍କୁ । ଜଣେ ସାଧାରଣ ମଣିଷ ଯିଏ କି ନିଜ କଠିନ ପରିଶ୍ରମ ଦ୍ୱାରା ଭାରକୁ ଅଧିକ ମଜବୁତ କରିବା ସହ ଏକ ନୂଆ ଭାରତ ମଧ୍ୟ ଗଢ଼ିବାରେ ସକ୍ଷମ ହୋଇଛି ।
ଏହାସହ ହେମା ମାଲିନୀ ଏକ୍ସ ରେ ଲେଖିଛନ୍ତି, ନରେନ୍ଦ୍ରମୋଦୀ ଉଚ୍ଚରେ ଠିଆ ହୋଇଛନ୍ତି , ଆଧୁନିକ ଦୁନିଆରେ ଏକ ବିକନ ଆଲୋକ, ସମସ୍ତ ବିଶ୍ୱ ସ୍ତରୀୟ ନେତାମାନେ ତାଙ୍କ ଆଡକୁ ଚାହିଁ ତାଙ୍କ ନିଷ୍ପତ୍ତି ର ପ୍ରଶଂସା କରୁଛନ୍ତି । ଗୌରବମୟ ଦେଶ ଭାରତର ସ୍ୱାର୍ଥରେ ନେଇଥିବା ନିର୍ଭୀକ, ଜ୍ଞାନୀ ନିଷ୍ପତ୍ତିଗୁଡ଼ିକୁ ପ୍ରଶଂସା କରୁଛନ୍ତି! ଏହି ଆଦର୍ଶ ନେତାଙ୍କ ପାଇଁ ଜନ୍ମଦିନର ଶୁଭେଚ୍ଛା, ଯିଏ ଆମକୁ ଉଦାହରଣ ଦେଇ ଆଗେଇ ନିଅନ୍ତି ।
ଟାଇଗର ମଧ୍ୟ ଏକ୍ସରେ ମୋଦୀଙ୍କୁ ଶୁଭେଚ୍ଛା ଜଣେଇ ଲେଖିଛନ୍ତି, ଜନ୍ମଦିନର ବହୁତ ଶୁଭେଚ୍ଛା । ମୋଦୀ ଜୀ, ଆପଣ ଜଣେ ଚରମ ନେତା ଏବଂ ଆମ ଦେଶର ଗର୍ବ ।
ରିତେଶ ଦେଶମୁକ ଲେଖିଛନ୍ତି, ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା- ଭଗବାନ ଆପଣଙ୍କୁ ଭଲ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ ଦେଇ ଆଶୀର୍ବାଦ କରନ୍ତୁ
ସନ୍ନି ଦେଓଲ ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଡି ଜୀ, ଆପଣଙ୍କର ଭଲ ସ୍ୱାସ୍ଥ୍ୟ ଏବଂ ସୁଖ କାମନା କରୁଛି ।
ରାଜକୁମାର ରାଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି- ଜନ୍ମଦିନର ଶୁଭେଚ୍ଛା ପ୍ରିୟ @narendramodi ji ଏବଂ ଜି-୨୦ର ସଫଳତା ପାଇଁ ଅନେକ ଅଭିନନ୍ଦନ । ଭଗବାନ ଆପଣଙ୍କୁ ଦୀର୍ଘ ଜୀବନ ଏବଂ ସମସ୍ତ ସୁଖ ଦିଅନ୍ତ। ଏହିପରି, ଆପଣ ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଉଥାଆନ୍ତୁ। ଜୟ ହିନ୍ଦ ।
ଅଧିକ ପଢ଼ନ୍ତୁ: କ୍ରିସମାସ୍ରେ ଆସିବ ‘ଡଙ୍କି’