ଆସନ୍ତା 5 ତାରିଖରେ ପୁଷ୍ପାଗର୍ଲ ରଶ୍ମିକା ମନ୍ଦନାଙ୍କ ଜନ୍ମଦିନ । ଏହି ଜନ୍ମଦିନ ତାଙ୍କ ପାଇଁ ଅତ୍ୟନ୍ତ ଖାସ ହେବାକୁ ଯାଉଛି । ତାଙ୍କ ଜନ୍ମଦିନ ଅବସରରେ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦ ଗର୍ଲଫ୍ରେଣ୍ଡ୍’ର ଟିଜର ରିଲିଜ ହେବାକୁ ଯାଉଛି । ସେଥିପାଇଁ ରଶ୍ମିକା ବହୁତ ଖୁସି ଅଛନ୍ତି । ତେବେ ସବୁଠାରୁ ଖାସ୍ କଥା ହେଉଛି ରଶ୍ମିକା ଫିଲ୍ମର ଟିଜରକୁ 5ଟି ଭାଷାରେ ରିଲିଲଜ କରୁଛନ୍ତି ଯଥା-ତାମିଲ,ହିନ୍ଦି,ତେଲୁଗୁ,ମାଲାୟଲାମ ଏବଂ କନ୍ନଡ । ଏ ବିଷୟରେ ଫିଲ୍ମର ନିର୍ଦ୍ଦେଶକ ରାହୁଲ ରବିନ୍ଦ୍ରନ୍ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ସ୍ପଷ୍ଟ କରିଛରିନ୍ତି । । ରଶ୍ମିକା ମାଲାୟାଲମ୍ ଭାଷାରେ ଆଦୌ କାମ କରିନରିଥିଲେ । ‘ଦ ଗର୍ଲଫ୍ରେଣ୍ଡ୍’ ପାଇଁ ସେ ପ୍ରଥମ ଥର ଏହି ପ୍ରୟାସ କରିଛରିନ୍ତି । ଫିଲ୍ମର କିଛି ଚିତ୍ର ସେ ସୋସିଆଲ ମିଡିଆରେ ଶେୟାର କରିଥିରିଲେ । ଗୋଟିଏ ଦୃଶ୍ୟରେ ରଶ୍ମିକା ପାଣିରେ ବୁଡ଼ି ଯାଉଥିବା ଦେଖିବାକୁ ମିଳିଥିଲା । ତେବେ ରଶ୍ମିକାଙ୍କର ଏ ଗୋଟିଏ ମୁଭି ନୁହଁ ଖୁବଶୀଘ୍ର ଆକ୍ସନ୍-ଡ୍ରାମା ଫିଲ୍ମ‘ପୁଷ୍ପା-୨’ରେ ଅଲ୍ଲୁ ଅର୍ଜୁନଙ୍କ ସହ ପୁଣି ଦେଖିବାକୁ ମିଳିବ । ଦର୍ଶକମାନେ ଏହା ପାଇଁ ଖୁବ ଉତ୍ସାହିତ ଅଛନ୍ତି । ଏହା ସହିତ ଭିକି କୌଶଲଙ୍କ ଅପୋଜିଟରେ ‘ଛାଭା’ରେ ମଧ୍ୟ ସ୍କ୍ରିନ୍ ଶେୟାର କରିବେ ରଶ୍ମକା।
ଅଧିକା ପଢନ୍ତୁ:ବିବାହ ବନ୍ଧନରେ ବାନ୍ଧି ହେଲେ ଅଦିତି ଓ ସିଦ୍ଧାର୍ଥ