ବିବାହ ବନ୍ଧନରେ ବାନ୍ଧି ହେଲେ ଅଦିତି ରାଓ ହାଇଦରୀ। ଅଦିତି ତାଙ୍କ ଦୀର୍ଘ ଦିନର ପ୍ରେମିକ ସିଦ୍ଧାର୍ଥଙ୍କୁ ତେଲଙ୍ଗାନାର ୱାନାପର୍ଥୀ ଜିଲାସ୍ଥିତ ଶ୍ରୀରଙ୍ଗପୁରର ଶ୍ରୀ ରଙ୍ଗନାୟକସ୍ୱାମୀ ମନ୍ଦିରରେ ବିବାହ କରିଛନ୍ତି। ତେବେ ଅଦିତି ଏହି ବିବାହ ଉତ୍ସବରେ କେବଳ ନିଜର ସମ୍ପର୍କୀୟ ଏବଂ ପରିଵାର ବର୍ଗକୁ ନେଇ ସମ୍ପର୍ଣ କରିଛନ୍ତି। ତେବେ ମନ୍ଦିରରେ ସମସ୍ତ ରୀତିନୀତି ଏହି ବିବାହ ସମ୍ପର୍ଣ୍ଣ ହୋଇଛି। ସାମାଜିକ ଗଣମାଧ୍ୟମରେ ଏହି ଖବର ଭାଇରାଲ ହେବା ମାତ୍ରେ ପ୍ରଶଂସକମାନେ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ସୂଚନା ଅନୁଯାୟୀ , ତେଲଙ୍ଗାନାର ୱାନାପର୍ଥୀ ଜିଲାସ୍ଥିତ ଶ୍ରୀରଙ୍ଗପୁରର ଶ୍ରୀ ରଙ୍ଗନାୟକସ୍ୱାମୀ ମନ୍ଦିରରେ ସିଦ୍ଧାର୍ଥଙ୍କୁ ବିବାହ କଲେ ଅଦିତି ରାଓ ହାଇଦରୀ। ତେବେ ସିଦ୍ଧାର୍ଥ ଏବଂ ଅଦିତି ତାଙ୍କ ଆଗାମୀ ୱେବସିରିଜ୍ ‘ହିରାମଣ୍ଡି’କୁ ନେଇ ଚର୍ଚ୍ଚାରେ ଥିବା ବେଳେ ଏବେ ସେ ନିଜର ପ୍ରେମିକ ସିଦ୍ଧାର୍ଥଙ୍କୁ ବିବାହ କରିଛନ୍ତି। ତେବେ ଏହି ଖବର ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ମାତ୍ରେ ତାଙ୍କ ଫ୍ୟାନମାନେ ଦମ୍ପତିଙ୍କୁ ଅନେକ ଶୁଭେଚ୍ଛା ଜଣାଇଛନ୍ତି। ପରିବାର ସଦସ୍ୟ ଓ ଘନିଷ୍ଠ ସମ୍ପର୍କୀୟଙ୍କ ଉପସ୍ଥିତିରେ ଏହି ବିବାହ ସମାରୋହ ସମ୍ପନ୍ନ ହୋଇଛି। ତେବେ ଅଦିତି ଏବଂ ସିଦ୍ଧାର୍ଥଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ଚାଲିଆସୁଥିଲା। ଏବେ ଉଭୟ ବିବାହ କରି ନିଜ ସମ୍ପର୍କରେ ମୋହର ଲଗାଇଛନ୍ତି। ତେବେ ସେମାନଙ୍କ ବିବାହକୁ ନେଇ ଫ୍ୟାନ୍ସମାନେ ବେଶ ଖୁସି ଥିବା ପରିଲିକ୍ଷିତ ହୋଇଛି।